ପାଇଖାନା ଦୂର୍ନିତୀ ବିରୋଧରେ ମୁହଁ ଖୋଲିଲା ବିଜେପି,

539

କଟକ(ଉତ୍କଳ ନିୟୂଜ)ତିହିଡ଼ି, ୨୬.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସ୍ୱଚ୍ଛ ଭାରତ ମିଶନ ଅଭିଯାନରେ ପ୍ରଦାନ କରାଯାଇଥିବା ପାଇଖାନା ନିର୍ମାଣରେ ବ୍ୟାପକ ଦୂର୍ନୀତି ହୋଇଛି । ଏହି ପଞ୍ଚାୟତରେ ପ୍ରାୟ ୧୪ ଶହ ପାଇଖାନା ନିର୍ମାଣ ହୋଇଥିବା ଏବଂ ସେନେଇ ବିଲ ମଧ୍ୟ ପ୍ରଦାନ କରାଯାଇଛି । ମାତ୍ର ତରବରିଆଭାବେ ସୂଚନା ଅଧିକାର ଆଇନ୍ ବଳରେ ମଗାଯାଇଥିବା ତଥ୍ୟରେ ମାତ୍ର ୮୨୩ଟି ପାଇଖାନା ନିର୍ମାଣ ହୋଇଥିବାର ତଥ୍ୟ ନିର୍ମାଣ ହୋଇଛି । ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ପଞ୍ଚାୟତର ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନରେ ନିର୍ମାଣ ହୋଇଥିବା ଶୌଚାଳୟର ସମ୍ପୂର୍ଣ୍ଣ ବିବରଣୀ ଆବେଦନ କରାଯାଇଥିଲା । ଏହି ପଞ୍ଚାୟତର ପାଇଖାନା ନିର୍ମାଣ କରିବା ପାଇଁ ସମସ୍ତ ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିଲା । ତେବେ ସରପଞ୍ଚ, କନିଷ୍ଠ ଯନ୍ତ୍ରୀଙ୍କ ସମେତ ପଞ୍ଚାୟତ ସ୍ତରୀୟ ମୋଟିଭେଟରଙ୍କ ଅସାଧୁ ମେଣ୍ଟରେ ଏପରି ଦୂର୍ନୀତି ହୋଇଥିବା ଏବଂ ଯେଉଁଥିରେ ୮୦ ପ୍ରତିଶତ ଦୂର୍ନିତୀ ହୋଇଥିବା ଆରୋପ କରିଛି ବିଜେପି । ପ୍ରାୟ ୬ କୋଟି ଟଙ୍କାର ଦୂର୍ନିତୀ ହୋଇଥିବା ବେଳେ ବ୍ଲକର ସମସ୍ତ ପଞ୍ଚାୟତର ଏପରି ଦୂର୍ନୀତିର ଗନ୍ଧ ବାରି ହେଉଥିବା ଆକଳନ କରାଯାଉଛି । ତେବେ ତଦନ୍ତ କରିବା ଲାଗି ଜିଲ୍ଲା ସ୍ତରରୁ ଆସିଥିବା ଅଧିକାରୀମାନେ ଦୂର୍ନୀତିରେ ଜଡିତ ଥିବା ପଞ୍ଚାୟତ ତଥା ବ୍ଲକ ସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ବୁଝାବଣା କରିଥିବା ନେଇ ନାମକୁ ମାତ୍ର ତଦନ୍ତ କରି ଫେରି ଯାଇଥିବା ବିଜେପି ପକ୍ଷରୁ ରବିବାର ତିହିଡିସ୍ଥିତ ଟାଉନହଲରେ ଆୟୋଜିତ ଏକ ସମ୍ପାଦଦାତା ସମ୍ମିଳନୀରେ ପ୍ରକାଶ କରିଛି । ଏହି ଦୂର୍ନୀତିରେ ଜଡିତ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ସହିତ ଦୂର୍ନିତୀ ଟଙ୍କା ସରକାରଙ୍କ ତହବିଲକୁ ଫେରେଇ ଅଣାନଗଲେ ବିଜେପି ଆନ୍ଦୋଳନାତ୍ମକ ବାତାବରଣ ସୃଷ୍ଟି କରିବ ବୋଲି ଚେତାବନି ଦେଇଛି । ବରିଷ୍ଠ ବିଜେପି ନେତା ରଘୁନାଥ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଯୁବମୋର୍ଚ୍ଚାର ମିଡିଆ ସେଲର ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ସୁରଜ, ଦୁର୍ଗାଚରଣ ନାୟକ, ସମିତି ସଭ୍ୟ ଯଶୋବନ୍ତ ମଳିକ, ପ୍ରମୋଦ ଦାସ, ଶରତ ଦାସ, ସୁରେନ୍ଦ୍ର ନାୟକ, ପ୍ରଦୀପ କୁମାର ବଳ, ପ୍ରତାପ ଜେନା, ସାଇଶରଣ ବେହେରା, ରମେଶ ଚନ୍ଦ୍ର ରାଉତ, ଚକ୍ରଧର ଦାସ, ସନ୍ଦିପ ଦାସ, ପିତାମ୍ବର ବାରିକ, ବୈଲୋଚନ ବାରିକ, ଜଗତ ମଳିକ, ନିରଞ୍ଜନ ମଳିକ, ଦେବେନ୍ଦ୍ର ମଳିକ, ଉଦୟନାଥ ମଳିକ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତର ଏହି ଦୂର୍ନୀତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ତେବେ ସରକାରୀ ଚାକିରୀଆଙ୍କ ସ୍ତ୍ରୀ ତଥା ଖୋଦ୍ ସରପଞ୍ଚଝରଣା ବାରିକଙ୍କ ନାମରେ ପାଇଖାନା ବିଲ୍ ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ ୧୯୯୯ ମସିହାରେ ମୃତ୍ୟୁ ବରଣ କରିଥିବା ସରପଞ୍ଚଙ୍କ ଶ୍ୱଶୁରଙ୍କ ନାମରେ ମଧ୍ୟ ପାଇଖାନା ବିଲ କରାଯାଇ ଥିବାର ତଥ୍ୟ ପଞ୍ଚାୟତବାସୀଙ୍କୁ ହସ୍ତଗତ ହୋଇଛି । ଅଧିକାଂଶ ମିଥ୍ୟା ବିଲ୍‌, କେତେକ ସ୍ଥଳରେ ଏକାଧିକ ପ୍ରଦାନ କରାଯାଇଥିବା ବେଳେ କେତେକ ମୃତକଙ୍କ ନାମରେ ଏପରି ବିଲ୍ ପ୍ରଦାନ କରାଯାଇଛି । ସରପଞ୍ଚ ଶାସକ ଦଳର ସମର୍ôଥତ ହୋଇଥିବାରୁ ବିଜେପିର ଅଭିଯୋଗକୁ ଭଣ୍ଡୁର କରିବା ଲାଗି ଉଦ୍ୟମ ଚଳାଉଥିବା ଏହି ସମ୍ମିଳନୀରେ କୁହାଯାଇଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୂଜ୍ ।