ରାଜ୍ୟ ରେ ରେକର୍ଡ ସଂଖ୍ୟକ ଟୀକାକରଣ |

122

କଟକ (ଉତ୍କଳ ନ୍ୟୁଜ) ୨୨-୦୯-୨୦୨୧ : କରୋନା ସମୟରେ ଓଡିଶା ଆଉ ଏକ କୀର୍ତ୍ତିମାନ ସ୍ଥାପନ କାର୍କଇଛି | ରାଜ୍ୟ ରେ ରେକର୍ଡ ସଂଖ୍ୟକ ଟୀକାକରଣ ହୋଇଥିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ | ତାଙ୍କ କହିବାନୁଯାୟୀ , ଷୋମବାର ୪ ଲକ୍ଷ ୧୬ ହଜାର ଟୀକା ଦିଆଯିଆଚି | ରାଜ୍ୟ ରେ ଗତ ଜାନୁଆରୀ ମାସ ୧୬ ତାରିଖ ଠାରୁ ଟୀକାକରଣ ଆରମ୍ଭ ହୋଇଥିଲା | ବର୍ତ୍ତମାନ ସୁଦ୍ଧା ୨ କୋଟି ୮୦ ଲକ୍ଷ ଟୀକାକରଣ କରାଯାଇଛି | ଏହା ଭିତରୁ ୬୬ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଛନ୍ତି | ପ୍ରଥମ ଅଜ ନେବା ପରେ ଦ୍ୱିତୀୟ ଡୋଜ ପାଇଁ ଡିୟୁ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି | ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ରେ ଆମ ପାଖରେ ୨୨ ଲକ୍ଷ ଟୀକା ମହଜୁଦ ରହିଛି |