ବାଲେଶ୍ୱର-ଭଦ୍ରକ ଜିଲା ସେବା ସମବାୟ ସମିତି କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ।

305

କଟକ(ଉତ୍କଳ ନିଉଜ) ତିହିଡି, ୧୯.୦୯: ବାଲେଶ୍ୱର-ଭଦ୍ରକ ଜିଲ୍ଲା ସେବା ସମବାୟ ସମିତି କର୍ମଚାରୀ ସଂଘର ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଭାଟପଡା ସମବାୟ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ୟକ୍ତିଗତ କନ୍ଦଳ ତଥା ରାଜନୈତିକ ଉଦ୍ଦେଶ୍ୟରେ କେତେକ ସମୟରେ ସମିତି ବିରୋଧରେ ଆଗତ ହେଉଛି ମାତ୍ର ସମବାୟ ବିଭାଗ ପକ୍ଷରୁ ସେଗୁଡିର ତଦନ୍ତ କରିବା ତଥା କର୍ମଚାରୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ତତ୍କାଳ ଭିତ୍ତିରେ ପଦକ୍ଷେପ ନିଆଯାଉଛି ଯାହା କର୍ମଚାରୀମାନଙ୍କର ମାନ ସମ୍ମାନ ନଷ୍ଟ ହେଉଛି । ସମବାୟ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ ତଳିଆ କର୍ମଚାରୀମାନଙ୍କ ଉପରେ ହୁଇପ ଜାରିକରି ସରକାରଙ୍କ ସମସ୍ତ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ତଳିଆ କର୍ମଚାରୀ ବିଚରା ଲୋକଙ୍କ ଶରବ୍ୟର ଶିକାର ହେଉଛି । ଯାହାକୁ ନେଇ ମୁହଁ ଖୋଲିଛି ଏହି ସଂଘ । ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ସମବାୟ ସମିତି ସମ୍ପାଦକ କାଳିନ୍ଦୀ ଚରଣ ଦାସଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ତଦନ୍ତ କରାନଯାଇ ଯଦି ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ ସମେତ ଅଧିନରେ ଥିବା ସମସ୍ତ ସମବାୟ ସମିତିକୁ ଅଚଳ କରି ଦିଆଯିବ ବୋଲି ନିଖିଳ ଓଡ଼ିଶା ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ଉକ୍ତ ବସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ନିରଂଜନ ସାହୁ ଓ ଜିଲା ନିର୍ବାହୀ କମିଟି ସଭ୍ୟ ବୃନ୍ଦାବନ ଭୋଳ ଚେତାବନୀ ଦେଇଛନ୍ତି । ଏଥିସହ ଆବଶ୍ୟକ ପଡିଲେ ଆନ୍ଦୋଳନକୁ ଜିଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ବ୍ୟାପକ କରାଯିବ ବୋଲି କହିଥିଲେ । ଶ୍ୟାମସୁନ୍ଦରପୁର ସମିତି ସମ୍ପାଦକଙ୍କ ନାମରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ତଥା ଭିତ୍ତିହୀନ ଅଭିଯୋଗ କରାଯାଇ ତାଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହିତ ସାମାଜିକ ସମ୍ମାନ କ୍ଷୁଣ୍ଣ କରାଯାଉଛି । ଏହି ଅଭିଯୋଗର ସଂଘର କର୍ମର୍ତ୍ତା ଓ ସମ୍ପାଦକଙ୍କ ଉପସ୍ଥିତିରେ ତଦନ୍ତ କରାଯାଇ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ କରାଯିବାକୁ ଦାବି କରାଯାଇଛି । କୃଷି ବୀମା ପ୍ରଦାନରେ ସମିତିରେ ସମ୍ପାଦକ ମାନଙ୍କର କୌଣସି ଭୂମିକା ନଥିବାବେଳେ ଅଯଥାରେ ସେମାନଙ୍କୁ ଦୋଷାରୋପ କରାଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି । କର୍ମଚାରୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଭିନ୍ନ ସମସ୍ୟା ଯୋଗୁଁ କେତେକ ଚାଷୀଙ୍କ ପଞ୍ଜୀକରଣ ହୋଇ ପାରିନାହିଁ । ଯାହାକୁ ନେଇ ସମ୍ପାଦକମାନେ ସ୍ଥାନୀୟ ଚାଷୀଙ୍କର ଆକ୍ରୋଶର ଶିକାର ହେଉଛନ୍ତି । ବହୁ ସମବାୟ ସମିତିରେ ଚାଷୀ ପଞ୍ଜୀକରଣରୁ ବଞ୍ôଚତ ହୋଇଛନ୍ତି ଯାହାକି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଉ ଏକ ସପ୍ତାହ ପାଇଁ ପଞ୍ଜୀକରଣ ୱେବସାଇଟ ଖୋଲାଯିବା ସହିତ ବାଦ୍ ପଡିଥିବା ଜମିଗୁଡିକୁ ସାମିଲ କରିବା ଲାଗି ଦାବି ହୋଇଛି । ତିହିଡ଼ିର ବିଭିନ୍ନ ସମବାୟ ସମିତିର ଆଡମିନଷ୍ଟ୍ରେଟଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛି ଏହି ସଂଘ । ତାଙ୍କର ସମିତିଗୁଡିକୁ ନିୟନ୍ତ୍ରଣ କରିବା ଲାଗି ନିର୍ଦ୍ଦେଶ ଥିବା ବେଳେ ଅଧିକାଂଶ ସମୟରେ ତାଙ୍କର ଭୂମିକା ନଥିବା ତଥା କର୍ମଚାରୀମାନଙ୍କ ଦରମା ସମ୍ପର୍କରେ ଚିନ୍ତା ନକରିବା ନେଇ ତାଙ୍କର ବଦଳି ଦାବି କରିଛି ସଂଘ । ସେହିପରି ସରକାରୀ ନିର୍ଦ୍ଦେଶ ଥିବାବେଳେ କର୍ମଚାରୀ ମାନଙ୍କର ଇପିଏଫ ଖୋଲା ଯାଉନାହିଁ । ତୁରନ୍ତ ଏହାର ସମାଧାନ ଦାବି କରାଯାଇଛି । ଉଦେଶ୍ୟ ମୂଳକ ତଥା ଭିତ୍ତିହୀନ ଅଭିଯୋଗରେ କର୍ମଚାରୀମାନଙ୍କ ମାନସିକ ସ୍ଥିତି ବିଗିଡିବାରେ ଲାଗିଛି ଯାହା ଫଳରେ ସେମାନଙ୍କର କାର୍ଯ୍ୟ କରିବାର ଆଗ୍ରହ ବାଧାପ୍ରାପ୍ତ ହେଉଛି । ଏଥିପ୍ରତି ମଧ୍ୟ ପ୍ରଶାସନ, ବିଭାଗୀୟ ଅଧିକାରୀ ଓ ସରକାର ଦୃଷ୍ଟି ଦେବାକୁ ଦାବି କରିଛି ସଂଘ । ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ସମିତିର ସମ୍ପାଦକମାନେ ଉପସ୍ଥିତ ରହି ସେମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ପଣ୍ଡା, ସଞ୍ଜୟ କୁମାର ନାୟକ, କୃପାସିନ୍ଧୁ ମହାଳିକ, ଶେଷଦେବ ପରିଡ଼ା, ଗୋପିନାଥ ଭୂୟାଁ, ସୁଦର୍ଶନ ଖଟୁଆ, ଅମରେନ୍ଦ୍ର ନାୟକ, ସତ୍ୟଭାମା ବିଶ୍ୱାଳ, ମନୋରଂଜନ ବଳ, ଶଙ୍କର୍ଷଣ ଜେନା, ଗୀତାଞ୍ଜଳି ଦାସ, ରାଜେନ୍ଦ୍ର ବେହେରା ଓ ଅଚ୍ୟୁତାନନ୍ଦ ମହାନ୍ତି ପ୍ରମୁଖ ସମ୍ପାଦକମାନେ ଉପସ୍ଥିତ ରହିଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନୀୟୁଜ।