ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟର କାର୍ଯ୍ୟକାରିଣୀ ବୈଠକ

650

କଟକ(ଉତ୍କଳ ନିଉଜ)ତିହିଡି, ୧୯.୦୯: ଭଦ୍ରକ ଜିଲ୍ଲା ତିହିଡି ଟାଉନ୍ ହଲରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶ୍ରମିକ ନେତା ବିଶ୍ୱଜିତ୍ ବେହେରାଙ୍କ ସଂଯୋଜନା ଓ ଜିଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । କରୋନା କାଳରେ ଅଙ୍ଗନୱାଡ଼ି କର୍ମୀ ଓ ସାହାୟିକା ନିଷ୍ଠାର ସହ ସେବା ଯୋଗାଇ ଦେଇ ଆସୁଛନ୍ତି ଏବଂ ସେମାନଙ୍କର ସମସ୍ୟା ସମ୍ପର୍କରେ ସମସ୍ତ ପ୍ରକାରର ସହଯୋଗ କରାଯାଇ ସମାଧାନ କରାଯିବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସାମ୍ମୁଖ୍ୟର ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ଯୋଗଦେଇ ସତ୍ୟ ପ୍ରତିଶ୍ରୁତିରେ ଗଠିତ ଏହି ସଂଘ ଚିରସ୍ଥାୟୀ ହୋଇ ପାରିବ ମାତ୍ର ଯେଉଁ ସଂଗଠନ ମିଥ୍ୟା ପ୍ରତିଶ୍ରୁତି ଦେଇଥାଏ ତାହା ଦୀର୍ଘସ୍ଥାୟୀ ହୋଇପାରେ ନାହିଁ ବୋଲି କହିଥିଲେ । ବିଜୁ ଶ୍ରମିକ ସାମ୍ମୁଖ୍ୟ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟକ ସାମ୍ମୁଖ୍ୟ ପ୍ରତି ନବୀନ ସରକାରଙ୍କର ଅନୁଗତ୍ୟ ରହିବ ବୋଲି କହିଥିବା ବେଳେ ସମସ୍ତ ଅଙ୍ଗନୱାଡ଼ି କର୍ମୀ ସରକାରୀ ନୀୟମ ଅନୁସାରେ କାର୍ଯ୍ୟ କଲେ କୌଣସି ସମସ୍ୟାରେ ପଡ଼ିବେ ନାହିଁ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସାମ୍ମୁଖ୍ୟର ଜିଲା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ପାତ୍ର ଯୋଗଦେଇ ସାମ୍ମୁଖ୍ୟ ମାଧ୍ୟମରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କର ବିଭିନ୍ନ ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇ ପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଜିଲା ସଂଯୋଜିକା ପୁଷ୍ପିତା ମହାନ୍ତି, ବାସୁଦେବପୁର ବ୍ଲକ ସଭାନେତ୍ରୀ ପ୍ରମିଳା ପାଢ଼ୀ, ଚାନ୍ଦବାଲି ବ୍ଲକ ସଭାନେତ୍ରୀ ସ୍ୱର୍ଣ୍ଣଲତା ଦାସ, ସମ୍ପାଦିକା ଋତୁପର୍ଣ୍ଣା ନାୟକ, ଭଦ୍ରକ ବ୍ଲକ ସଭାନେତ୍ରୀ କୌଶଲ୍ୟା ରାଉତ, ଜିଲା ପରିଷଦ ସଦସ୍ୟା ରୀତାଞ୍ଜଳି ପାତ୍ର ଓ ଶ୍ରମିକ ନେତା ହେମନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ନିର୍ମାଣ ଶ୍ରମିକ ମଜଦୁର ସଂଘ ପକ୍ଷରୁ ସଭାପତି ପ୍ରହଲ୍ଲାଦ ବଳ, ଦେବେନ୍ଦ୍ର ବଳ, ଭାଗବତ ନାୟକ, ଧନେଶ୍ୱର ଦଳେଇ ପ୍ରମୁଖ ସାଂସଦଙ୍କ ସହିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ତିହିଡ଼ି ଶାଖାର ସଭାନେତ୍ରୀ ଭାବେ ମିନତୀ ନାୟକ, ସମ୍ପାଦିକା ସରୋଜିନୀ ସେଠୀ, କୋଷାଧ୍ୟକ୍ଷା କୃଷ୍ଣପ୍ରିୟା ଜେନା, ଉପସଭାନେତ୍ରୀ ମମତା ସାହୁ ଓ ପଙ୍କଜିନୀ ସାହୁ, ସହସମ୍ପାଦିକା କାଦମ୍ବିନୀ ନାୟକ, ସଂଗଠନ ସମ୍ପାଦିକା ସୀମାଦ୍ରୀ ମଲିକ, ପରାମର୍ଶଦାତ୍ରୀ ବିଜୟା ପତି ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ ସଦସ୍ୟ ଭାବେ ରୁବିଲତା ଦାସ, କବିତା ରାଉତ, ସର୍ବାଣୀ ପଣ୍ଡା, ବିଜୟଲକ୍ଷ୍ମୀ ସେନାପତି, ଜ୍ୟେତିର୍ମୟୀ ଦାସଙ୍କୁ ମୋନୀନିତ କରାଯାଇଥିଲା । ସଭାରେ ନମିତା ବସନ୍ତରାୟ, ସୁଜାତା ଜେନା, ସୁବାସିନୀ ମଲ୍ଲିକ, ସଂଗୀତା ବଳ, ମୋନାଲିସା ରାୟ, ସଂଜୁଲତା ପଣ୍ଡା, ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ଜିଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ, ସରପଞ୍ଚ ପ୍ରଦୀପ ପଣ୍ଡା, କୀର୍ତ୍ତନ ରାଉତ ଓ ବୈକୁଣ୍ଠ ପାଣି, ନରେନ୍ଦ୍ର ବାରିକ ଜୟପ୍ରକାଶ ମଲିକ, ନିତ୍ୟାନନ୍ଦ ବେହେରା, ମୁକ୍ତିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ।