ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ।

593

କଟକ(ଉତ୍କଳ ନିଉଜ)ତିହିଡ଼ି, ୧୮-୦୮- ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ପୀରହାଟ ଥାନା ଅଧୀନ ସନ୍ଥପୁରା ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ କେନ୍ଦ୍ର ନିକଟରୁ ଗତ ୧୬ ତାରିଖ ରାତିରେ ଲକ୍ଷ୍ମୀପ୍ରିୟା ନାୟକ(୩୨)ଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ ଲକ୍ଷ୍ମୀପ୍ରିୟାଙ୍କ ଖୁଡ଼ି ସେନବାଡ଼ ଗ୍ରାମର ଗୀତାଞ୍ଜଳି ବେହେରାଙ୍କ ଏତଲା କ୍ରମେ ପୀରହାଟ ପୁଲିସ ଏକ ମାମଲା ୧୩୪/୨୧, ଦଫା ୪୯୮(କ), ୩୦୨ ଓ ୩୪ ଆପିସି ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ସହିତ ପରିବାରକୁ ହସ୍ତାନ୍ତର କରିଛି। ତେବେ ଏହି ଘଟଣାରେ ଶନିବାର ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ସନ୍ଥପୁରା ଗ୍ରାମର ଦୁଃଖୀରାମ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । ସୂଚନା ମୁତାବକ ୧୩ ବର୍ଷ ପୂର୍ବେ ଲକ୍ଷ୍ମୀପ୍ରିୟାଙ୍କୁ ବୈଦ୍ଦିକ ୠତିରେ ବିବାହ କରିଥିଲା। ତାଙ୍କର ୪ଟି ପିଲା ମଧ୍ଯ ଅଛନ୍ତି। ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଘଟୁଥିଲା । ଏପରିକି ଦୁଃଖୀରାମ ବିଭିନ୍ନ ସମୟରେ ଲକ୍ଷ୍ମୀପ୍ରିୟାଙ୍କୁ ମାଡ଼ ମାରୁଥିଲେ ଯାହାକୁ ନେଇ ବିବାବାଦୀୟ ପରିସ୍ଥିତି ଉପୁଜୁ ଥିଲା । ତେବେ ଲକ୍ଷ୍ମୀପ୍ରିୟାଙ୍କୁ ଦୁଃଖୀରାମ ମାରି ଫୋପାଡ଼ି ଦେଇଥିବା ନେଇ ତାଙ୍କ ଖୁଡ଼ୀ ଗୀତାଞ୍ଜଳି ଅଭିଯୋଗ କରିଛନ୍ତି।ଏହି ଘଟଣାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ।