ଆମ୍ବୁଲାନ୍ସ ସହିତ ଟ୍ରକ ଦୁର୍ଘଟଣା , ଡ୍ରାଇଭର ଆହତ |

104

କଟକ (ଉତ୍କଳ ନ୍ୟୁଜ) ୧୭-୦୯-୨୦୨୧ : ପାଣିକୋଇଲି ଟୋଲଗେଟ ସୋତୀ ନିକଟରେ ଆମ୍ବୁଲାନ୍ସ ସହିତ ଟ୍ରକ ଦୁର୍ଘଟଣା | ଏହି ଦୁର୍ଘଟଣା ରେ , ଡ୍ରାଇଭର ଆହତ ହୋଇଛି । ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗରେ ରୋଗୀ ଛାଡି ଭୁବେନେଶ୍ୱର ଫେରୁଥିବା ଏକ ଆମ୍ବୁଲାନ୍ସକୁ ସୋତୀ ନିକଟରେ ପାଣିକୋଇଲି ଆଡୁ ଆସୁଥିବା ଏକ ଟ୍ରକ ଡିଭାଇଡ଼କୁ ପ୍ରଥମେ ଧକ୍କା ଦେଇ ଆସୁଥିବା ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣା କଲା ପରେ ଟ୍ରକଟିକୁ ନେଇ ଡ୍ରାଇଭର ଫେରାର ହୋଇଯାଇଛି। ତେବେ ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ହାତଗୋଡରେ ମଧ୍ୟ ଗୁରୁତର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭରକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଯାଜପୁର ରୁ ସଞ୍ଜୟ ବିଶ୍ୱାଳ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |