ବିଧାୟକଙ୍କ ଦ୍ବାରା ହାଇସ୍କୁଲ ଗୃହ ଉଦ୍ଘାଟନ ଓ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର।

100

କଟକ(ଉତ୍କଳ ନିଉଜ) ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଦ୍ବାରା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ ଏପିଏସପିଏସ ହାଇସ୍କୁଲର ନୂତନ ସ୍ମାର୍ଟ କ୍ଲାସ ଉଦଘାଟିତ ହୋଇ ଯାଇଛି। ପୂର୍ବତନ ସାଂସଦ ଓ ଏବର ବିଧାୟକ ଶ୍ରୀ ରାଉତରାୟଙ୍କ ହାତପାଣ୍ଠି ପ୍ରାୟ ୮ ଲକ୍ଷ ଟଙ୍କାର ଏହି ନୂତନ ଶ୍ରେଣୀ ଗୃହ ସଂପ୍ରତି ଛାତ୍ରଛାତ୍ରୀଙ୍କ ଉନ୍ନତ ମାନର ଶିକ୍ଷାଦାନରେ ସହାୟକ ହେବ ବୋଲି ଆଶା ପ୍ରକଟ କରାଯାଇଛି। ଏହି ଅବସରରରେ ପଞ୍ଚାୟତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶ୍ରୀ ରାଉତରାୟ ମୁଖ୍ଯ ଅତିଥିଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ଏକ ମହତ ଦାନ ବୋଲି କହିଥିଲେ। ଯୁବ ନେତା ପ୍ରବୀର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭାବେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବରିଷ୍ଠ ବିଜେଡି ନେତା ହରିହର ସେନାପତି, ହରିହର ଲେଙ୍କା, ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ସୁରେନ୍ଦ୍ର ନାୟକ, ସରପଞ୍ଚ ବୈକୁଣ୍ଠନାଥ ପାଣି, କିର୍ତ୍ତନ ରାଉତ ଓ ପ୍ରଦୀପ କୁମାର ପଣ୍ଡା, ବାପୁଜୀ ନାୟକ, ଅନିରୁଦ୍ଧ ବାରିକ, ରାଜେନ୍ଦ୍ର ବଳ, ପ୍ରଦୀପ ଦାସ, କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଯୁବ ଗୋଷ୍ଠୀର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ ଶହେ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରହିଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।