ସାବରଙ୍ଗ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟ ଅଭିଯୋଗ, ରାଜ୍ୟ ଏସ୍‌ସି ଏଣ୍ଡ ଏସ୍‌ଟି ୟୁଥ୍ କାଉନ୍‌ସିଲ ପକ୍ଷରୁ ତଦନ୍ତ ଆରମ୍ଭ।

227

କଟକ (ଉତ୍କଳ ନିଉଜ) ଓଡ଼ିଶା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଯୁବ ପରିଷଦର ସଭାପତି ତଥା ଅଧିବକ୍ତା ହଳଧର ସେଠୀ ଭଦ୍ରକର ସାବରଙ୍ଗ ଥାନା ଅଧୀନସ୍ଥ ଗୋରାମାଟି ପଞ୍ଚାୟତରେ ଘଟିଥିବା ଏକ ଘଟଣା ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କୁ ଅବଗତ କରିବା ପରେ ପୁଲିସ ମୁଖ୍ୟ କାର୍ଯ୍ୟାଳୟର ଡିଏସପି ଘଟଣାର ତଦନ୍ତଭାର ଗ୍ରହଣ କରିଛି । ଶ୍ରୀ ସେଠୀ ସାବରଙ୍ଗ ପୁଲିର ମାତ୍ରାଧିକ କାର୍ଯ୍ୟ ଓ ପକ୍ଷପାତିତାକୁ ନେଇ ରାଜ୍ୟ ଗୃହ ବିଭାଗର ଆଡିସ୍‌ନାଲ ଚିଫ ସେକ୍ରେଟାରୀ, ଏସ୍‌ଟି ଏସ୍‌ଟି ଡେଭଲପମେଣ୍ଟ ଡିପାର୍ଟମେଣ୍ଟର ମୁଖ୍ୟ ସଚିବ, କୋଲକାତାସ୍ଥିତ ସିଡୁଲ୍ କାଷ୍ଟ ନେସନାଲ କମିଶନ କାର୍ଯ୍ୟାଳୟର ଡାଇରେକ୍ଟର, ଆଡିସ୍‌ନାଲ ଡିଜି (ଏଚଆରପିସି) ଏସସି ଏଣ୍ଡ ଏସ୍‌ଟି ସେଲଙ୍କ ସମେତ ଭଦ୍ରକ ଏସ୍‌ପିଙ୍କୁ ଅବଗତ କରିଥିଲେ । ତଥ୍ୟ ଅନୁଯାୟୀ ଏକ ଜବିବାଡ଼ି ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳର ପ୍ରଶାନ୍ତ କୁମାର ତ୍ରିପାଠୀ ଏବଂ ଗଣେଶ ପ୍ରସାଦ ମଲ୍ଲିକ ଓ ତାଙ୍କ ଭାଇ କରୁଣାକରଙ୍କ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏଥିରେ ପୁଲିସ ୬ ଜଣଙ୍କୁ ଗିରଫ କରି ଥାନାରେ ଅକଥନୀୟ ଅତ୍ୟାଚାର କରିଥିବା ନେଇ ଶ୍ରୀ ସେଠୀ ଉପରୋକ୍ତ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ। ଏହି ମାମଲାରେ ସାବରଙ୍ଗ ଥାନା ପକ୍ଷରୁ ଏକ ଟିମ୍ କରୁଣାକରଙ୍କ ଘରକୁ ତଦନ୍ତ କରିବାକୁ ଯାଇ ଶ୍ରୀ ମଲ୍ଲିକଙ୍କ ପରିବାର ପୁଲିସକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏବଂ ତଦନ୍ତକାରୀ ପୁଲିସ୍ କର୍ମଚାରୀ ଆହତ ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଷୟ ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଯାଇଥିଲା । ତେବେ ଏଭଳି ଏକ ଘଟଣାକୁ ନେଇ ଶ୍ରୀ ସେଠୀଙ୍କ ଅଭିଯୋଗ ପରେ ଶ୍ରୀ ମଲ୍ଲିକଙ୍କ ପରିବାରର ଅଭିଯୋଗ ପତ୍ର ମୂଳେ ଆଉ ଏକ ମାମଲା ରୁଜୁ ହୋଇ ଏହାର ତଦନ୍ତ ଦାୟିତ୍ୱ ଜିଲା ଆରକ୍ଷୀ ଅଧିକ୍ଷକ ଚରଣସିଂ ମୀନା ଓ ଡିଏସ୍‌ପି ଶ୍ରୀବତ୍ସ ମହାନ୍ତିଙ୍କୁ ପ୍ରଦାନ କରିବା ପରେ ଶ୍ରୀ ସେଠୀଙ୍କ ଉପସ୍ଥିତିରେ ତଦନ୍ତଭାର ଗ୍ରହଣ କରିଥିବା ଡିଏସ୍‌ପି କରୁଣାକର ଓ ଗିରଫ ହୋଇ ଜାମିନ୍‌ରେ ଆସିଥିବା ମହିଳାମାନଙ୍କ ବୟାନ ରେକର୍ଡ କରିଛନ୍ତି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତିନ କୁମାର ପଣ୍ଡା ଏହି ଘଟଣାରେ ନିରପେକ୍ଷ ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଗଣମାଧ୍ୟମକୁ କହିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।