ବାରୋରେ ସିପିଆଇ(ଏମ)ର ଶାଖା ସମ୍ମିଳନୀ

171

କଟକ (ଉତ୍କଳ ନୀୟୂଜ)ତିହିଡି, ୦୭.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋରେ ସିପିଆଇ(ଏମ)ର ଏକ ଶାଖା ସମ୍ମିଳନୀ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସଂଗଠନର ବରିଷ୍ଠନେତା ନାରାୟଣ ଚନ୍ଦ୍ର ଦାଶ ପତାକା ଉତ୍ତୋଳନ କରିବା ପରେ ଚାଷୀ, ମୂଲିଆ ଓ ମହିଳାମାନଙ୍କୁ ନେଇ ସମ୍ମିଳନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ରରେ ୩ କଳ କୃଷି ଆଇନ୍ ପ୍ରତ୍ୟାହାର କରିବା, ସମସ୍ତ ଚାଷୀଙ୍କର ଋଣ ଛାଡ କରିବା ଏବଂ ବିନା ସୁଧରେ ପୂନଶ୍ଚ ଋଣ ଯୋଗାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜନୈତିକ ବାଛବିଚାର ନକରି ପ୍ରକୃତ ହିତାଧିକାରୀଙ୍କୁ ଯୋଗାଇ ଦେବା, କରୋନା ସମୟରେ ବିଦ୍ୟୁତ ବିଲ୍ ଛାଡ କରିବା, ପ୍ରତି ପରିବାରକୁ ରେସନ୍ ସାମଗ୍ରୀ ଯୋଗାଇ ଦେବା ସହିତ ନାମ ପଞ୍ଜିକରଣ କରିବା, ଜଳ ନିଷ୍କାସନ ଓ ଜଳସେଚନର ବ୍ୟବସ୍ଥା କରିବା, ନାଳିଆ ନଦୀର ସ୍ଲୁଇସ୍ ଗେଟ୍ ସହିତ ବିଭିନ୍ନ ସ୍ଥାନରେ ଫୁଟ୍ ବ୍ରିଜ୍ ନିର୍ମାଣ କରିବା, ଶ୍ରମ ଆଇନ୍ ସଂଶୋଧନ କରି ୪ଟି ଲେବର କୋର୍ଡ କୁ ପ୍ରତ୍ୟାହାର କରିବା, ବେକାର ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ଦେବା, ପ୍ରତି ପଞ୍ଚାୟରେ ଧାନ ମଣ୍ଡି ଖୋଲିବା, ପାଇଖାନା ଦୂର୍ନୀତିର ତଦାରଖ କରିବା ଦାବୀରେ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଦସ୍ୟ ଚନ୍ଦ୍ରଶେଖର ନାୟକ, ପ୍ରଫୁଲ ପାଢୀ, ଜିଲ୍ଲା କମିଟି ସଭ୍ୟ ବିଷ୍ଣୁ ଦାଶ, ଚାଷୀନେତା ନାରାୟଣ ଦାଶ, ଅକ୍ଷୟ ସାହୁ, କନକଲତା ଦାସ, ବାଦଲ ଦାସ, କ୍ରିଷ୍ଣା ବାରିକ, କନକଲତା ସାହୁ, ଶାନ୍ତିଲତା ସାହୁ, ବାସନ୍ତୀଲତା ଜେନା, ଗାୟତ୍ରୀ ଜେନା, ପ୍ରତାପ ବାରିକ, ହୃଷିକେଶ ଦାସ, ଶୁସିଲ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିଉଜ।