କୃଷ୍ଣେଶ୍ୱର ଯୁବକ ସଂଘ ପକ୍ଷରୁ ଗୁରୁ ପୂଜନ ଓ ରକ୍ତଦାନ ଶିବିର

195

କଟକ(ଉତ୍କଳ ନୀୟୁଜ)ତିହିଡି, ୦୫.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ସ୍ଥାନୀୟ ପଶ୍ଚିମାପଦାରେ କୃଷ୍ଣେଶ୍ୱର ଯୁବକ ସଂଘ ପକ୍ଷରୁ ଗୁରୁଦିବସ ଉପଲକ୍ଷେ ଗୁରୁ ପୂଜନ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବକ ସଂଘର ଉପଦେଷ୍ଟା ଗୌରାଙ୍ଗ ଚରଣ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବସନ୍ତ ମିଶ୍ର, ନୃସିଂହ ଚରଣ ମହାପାତ୍ର, ବିମ୍ବାଧର ପରିଡ଼ା, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ନାୟକ, ପ୍ରାକ୍ତନ ଶିକ୍ଷକ ନିତ୍ୟାନନ୍ଦ ଦାସ, ବିଭୂତି ଭୂଷଣ ସେନାପତି, ଗିରିଧାରୀ ସୋନପତିଙ୍କୁ ଉପଢ଼ୌକନ ଓ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇ ଗୁରୁ ପୂଜନ କରାଯାଇଥିଲା । ପରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ତିହିଡ଼ି ଥାନା ଏସଆଇ ଦିବ୍ୟଜ୍ୟୋତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚଙ୍କ ପ୍ରତିନିଧି ନିତ୍ୟାନନ୍ଦ ବେହେରା, ସମିତି ସଭ୍ୟ ସୌମ୍ୟରଂଜନ ପରିଡ଼ା ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୭୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଜିଲା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡା. ଶରତ କୁମାର ଆଚାର୍ଯ୍ୟ, ଟେକ୍‌ନିସିଆନ ସାଧୁ ଚରଣ ବେହେରା, ରବିନ୍ଦ୍ର ଜେନା, ରତିକାନ୍ତ ବଳ, ବାବାଜୀ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଯୁବକ ସଂଘର ଉପଦେଷ୍ଟା ସୁରେନ୍ଦ୍ର ନାୟକ, ଅରୁଣ କୁମାର ପରିଡ଼ା, ସଦାନନ୍ଦ ଜେନା, ପଦ୍ମନାଭ ନାୟକ, ଦାଶରଥି ନାୟକ, ସଭାପତି ପୀୟୁଷ ପରିଡ଼ା, ସମ୍ପାଦକ ରାଜୀବ ଜେନା, ଉପସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ସହସମ୍ପାଦକ ନବଜ୍ୟୋତି ନାୟକ, କ୍ରିଡ଼ାସମ୍ପାଦକ ଲୋକନାଥ ବାରିକ, ସାଂସ୍କୃତିକ ସମ୍ପାଚ ରୁଦ୍ରମାଧବ ଦାଶ, ମାନସ ସାହୁ, ଲକ୍ଷ୍ମୀଧର ପରିଡ଼ା, ମଧୁସୂଦନ ନାୟକ, ବିଶ୍ୱନାଥ ବାରିକ, ବିଶ୍ୱଜିତ୍ ନାୟକ, ଜ୍ଞାନରଂଜନ ମହାରଣା, ବିଷ୍ଣୁମୋହନ ନାୟକ, ଭକ୍ତହରି ଜେନା, ଅନାମ ଜେନା, ଆଲୋକ ନାୟକ, ମାନସ ପରିଡ଼ା, ଜିତେନ୍ଦ୍ର ପଲେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନୀୟୁଜ।