ବାମନବିନ୍ଧା ସେବା ସମବାୟ ସମିତିରେ ଚାଷୀ ଅସନ୍ତୋଷ । ଉପଯୁକ୍ତ ବୀମାରାଶି ନମିଳିଲେ ଆନ୍ଦୋଳନ ଚେତାବନି।

184

କଟକ (ଉତ୍କଳ ନୀୟୁଜ)ତିହିଡ଼ି, ୦୫.୦୯ : କୃଷି ଓ କୃଷକମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଧ୍ୟାନ୍ୟ ଦେଇଆସୁଛନ୍ତି । ଜଳସେଚନ ଠାରୁ ଆରମ୍ଭ କରି କମ୍ ଦରରେ ବିହନ, ସାର କୀଟନାଶକ ଯୋଗାଇ ଦେଉଛନ୍ତି । ଏଥିସହ ଅତ୍ୟାଧୁନିକ କୃଷି ଯନ୍ତ୍ର ପାତିର କ୍ରୟ ଉପରେ ରିହାତି ଦେଉଥିବା ବେଳେ, ବିହନ ଓ ସାର ଉପରେ ମିଳୁଛି ସବସିଡ କୃଷକମାନଙ୍କ ଆର୍ôଥକ ସ୍ଥିତି ସୁଧାରିବା ପାଇଁ ବ୍ୟାଙ୍କମାନେ ମଧ୍ୟ ଦେଉଛନ୍ତି କୃଷି ଋଣ । କୃଷକଟିଏ ଋଣ କରି ଚାଷରେ ସବୁ ଅର୍ଥ ବିନିଯୋଗ କରୁଛି । ହେଲେ ପ୍ରାକୃତିକ ବିପର୍ଯ୍ୟୟ ଯଥା ଧୋଇ ଓ ମରୁଡ଼ିକୁ ଦୃଷ୍ଟିରେ ରଖି କ୍ଷେତକୁ ବୀମାଭୁକ୍ତ କରୁଛି କୃଷକ । ହେଲେ କେତେକ ବୀମା କମ୍ପାନୀର କର୍ମକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟ ପାଇଁ ବୀମା ରାଶିରୁ ବ ହେଉଛନ୍ତି ଶତାଧିକ ଚାଷୀ । ଏସହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତିହିଡ଼ି ବ୍ଲକ ବାମନ ବିନ୍ଧା ସେବା ସମବାୟ ସମିତି ଅନ୍ତର୍ଭୁକ୍ତ ଦୌଲତପୁର ପଞ୍ଚାୟତ ଚାଷୀଙ୍କ କ୍ଷେତ୍ରରେ । ଏହି ପଞ୍ଚାୟତର ଶତାଧିକ ଚାଷୀ ବୀମା ରାଶିରୁ ବଞ୍ôଚତ ହୋଇଥିବା ଅଭିଯୋଗ ହୋଇଛି । ବୀମା କମ୍ପାନୀ ପକ୍ଷରୁ ଏହି ପଞ୍ଚାୟତକୁ ୨୨ ପ୍ରତିଶତ ଛାଡ଼ କରାଯାଇଥିବା ବେଳେ ହାତ ଗଣତି କେତେକଙ୍କୁ ବୀମା ରାଶି ପ୍ରଦାନ କରାଯାଇଛି । ବୀମା କମ୍ପାନୀ ଓ ସେବା ସମବାୟ ସମିତି ଚୁପ ହୋଇ ବସିଛନ୍ତି । ଏହାକୁ ତୀବ୍ର ବିରୋଧ କରି ଏହି ପଞ୍ଚାୟତର ଶତାଧିକ ଚାଷୀ ବାମନବିନ୍ଧା ସେବା ସମବାୟ ସମିତିରେ ହଙ୍ଗାମା କରିବା ସହିତ ସମ୍ପାଦକଙ୍କୁ ଭେଟି ସେମାନଙ୍କ ବୀମା ରାଶି ଯଥାଶୀଘ୍ର ପ୍ରଦାନ କରିବାକୁ ଦାସବି କରିଥିଲେ । ଯଦି ଆଗାମୀ ୧୫ଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ଚାଷୀମାନେ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ଚାଷୀମାନଙ୍କ ମଧ୍ୟରେ ସମିତି ସଭ୍ୟ ବାବୁରାମ ବାରିକ, ସନାତନ ମିଶ୍ର, ଭାଗିରଥି ଦାସ, ହରିଶ୍ଚନ୍ଦ୍ର ବାରିକ, ପରୀକ୍ଷିତ ବାରିକ, ଇନ୍ଦ୍ରମଣି ବାରିକ, ଭାସ୍କର ପରିହାରି, ବାଇଧର ବାରିକ ଓ ବାବୁରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନୀୟୁଜ।