ସାରର କୃତ୍ରିମ ଅଭାବ, ପ୍ରଶାସନ ପକ୍ଷରୁ ଚଢାଓ, ୨ ଦୋକାନୀଙ୍କୁ ନୋଟିସ।

243

କଟକ(ଉତ୍କଳ ନୀୟୁଜ)ତିହିଡି, ୦୫.୦୯: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ବିଭିନ୍ନ ସାରର କୃତ୍ରିମ ଅଭାବ ଯୋଗୁଁ ଚାଷୀମାନେ ଚଢ଼ା ଦରରେ ସାର କିଣିବାକୁ ବାଧ୍ୟ ହେଉଥିବା ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି । ସଂପ୍ରତି ଧାନ ବେଉଷଣର ସମୟ ଚାଲିଥିବାରୁ ସାରର ଏହି କୃତ୍ରିମ ଅଭାବ ଯୋଗୁ ଚାଷୀମାନେ ବିଲରେ ସାର ପକାଇ ପାରୁ ନାହାନ୍ତି । କେତେକ ଚାଷୀ ବାଧ୍ୟ ହୋଇ ବଜାରରେ ଚଢ଼ା ଦରରେ ବିକ୍ରି ହେଉଥିବା ସାର କିଣି ବିଲରେ ପକାଉଛନ୍ତି । ଯାହାକୁ ନେଇ ତିହିଡ଼ି ବ୍ଲକରେ ହଇଚଇ ସୃଷ୍ଟି ହୋଇଛି । ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ଫଳରେ ଶନିବାର ସକାଳେ ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ପକ୍ଷରୁ ତିହିଡ଼ିରେ ପହଞ୍ôଚ କେତେକ ସ୍ୱିକୃତିପ୍ରାପ୍ତ ସାର ଦୋକାନ ଉପରେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରିବା ସହ ଗୋଦାମ ଘର ତନଖି କରିଥିଲେ । ତେବେ ତିହିଡ଼ି ବଜାର ଥିବା ବନଦୁର୍ଗା ଏଣ୍ଟର ପ୍ରାଇଜେସ ଓ ଭଗବତୀ ଫର୍ଟିଲାଇଜରରେ କେତେକ ତ୍ରୁଟି ଥିବା ଉପଜିଲାପାଳ ଜାଣିବାକୁ ପାଇଥିଲେ । ତେବେ ଏ ସମ୍ପର୍କରେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି । ଉପଜିଲାପାଳଙ୍କ ଏହି ଚଢ଼ାଉ ସମୟରେ ଜିଲା କୃଷି ଅଧିକାରୀ ପ୍ରସାଦ ନାୟକ, ଜିଲା ଫର୍ଟିଲାଇଜର ଇନିସ୍ପେକ୍ଟର ସୁଦୀପ୍ତା ପଣ୍ଡା, ତିହିଡ଼ି ତହସିଲଦାର ପ୍ରତୀକ ସାହୁ ଓ ବିଡିଓ ବସନ୍ତ କୁମାର ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନୀୟୁଜ।