ଜାତୀୟ ରାଜପଥ ପାଇଁ ଓଡିଶାକୁ ୧୫୩୯ କୋଟି ଟଙ୍କା : ନିତିନ ଗଡ଼କରୀ

111

କଟକ (ଉତ୍କଳ ନ୍ୟୁଜ) ୦୪-୦୯-୨୦୨୧ : ଭାରତ ମାଳା ଯୋଜନ ଅନ୍ତର୍ଗତ ରାୟପୁର -ବିଶଖାପାଟଣା ଅର୍ଥନୀତି କରିଡର ଅଧୀନ ରେ କେନ୍ଦ୍ର ସରକାର ଜାତୀୟ ରାଜପଥ -୧୩୦ ୬ ଲେନ ବିଶିଷ୍ଟ କାଲିଆଗୁଡା -ବାଉଁଶଗୁଆର ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବକୁ ଗୃହୀତ କରିଯାଇଛି | ଏହି ରାସ୍ତା ନିର୍ମାଣ ପାଇଁ ୧୫୩୯ କୋଟି ଟଙ୍କା ଖର୍ଚ ହେବ | କେନ୍ଦ୍ର ସରକାର ୨୪୦ ଗ୍ରୀନ ଫିଲଡ ପ୍ରୋଜେକ୍ଟ କୁ ଅନୁମୋଦନ ଦେଇଥିବା କେନ୍ଦ୍ର ପରିବାହାର ମନ୍ତ୍ରୀ ନିତିନ ଗଡ଼କରୀ ସୂଚନା ଦେଇଛନ୍ତି | ଏ ନେଇ ଜାତୀୟ ରାଜପଥ କର୍ତୃପକ୍ଷ କହିବାନୁଯାୟୀ , ଏହି ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟ ରେ ପହଂଚିଛି | ଏ ଯେହେତୁ ଆଦିବାସୀ ପ୍ରାଧାନ୍ୟ ଅଂଚଳ ରେ ଆର୍ଥିକ ବିକାଶମୂଳକ କାମ ପାଇଁ ଏହି ପ୍ରୋଜେକ୍ଟ ବେଶ ସହାୟକ ହେବ |