୧୧୦ ଟି ଓଏସଆରଟିସିର ନୂଆ ବସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ |

102

କଟକ (ଉତ୍କଳ ନ୍ୟୁଜ) ୦୪-୦୯-୨୦୨୧ : ଏଥର ସମସ୍ତ ପ୍ରକାର ସୁବିଧା ଉପଯୁକ୍ତ ଓ ଅତ୍ୟାଧୁନିକ ବସ ରେ ଯାତ୍ରା କରିବେ ରାଜ୍ୟବାସୀ | ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ରେ ୧୧୦ ଟି ଅତ୍ୟାଧୁନିକ ନୂତନ ଯାତ୍ରୀ ବସ ଉଦ୍ଘାଟନ କରିଛନ୍ତି | ଏହି ବସ ଗୁଡିକ ରେ ବିଭିନ୍ନ ପ୍ରକାର ସୁବିଧା ରହିଛି ଯେପରି କି , ଏହି ନୂଆ ବସ ଗୁଡିକ ପ୍ରଦୂଷଣ ମୁକ୍ତ ରହିଛି , ଏଥି ସହିତ ବିଏସ -୬ ଶ୍ରେଣୀର ମଧ୍ୟ ଏହି ବସ ଗୁଡିକ, ରୁଟି ଟ୍ରାକିଂ ର ସୁ ବ୍ୟବସ୍ଥା ମଧ୍ୟ ରହିଛି | ଓଏସଆରଟିସିର ଦ୍ୱାରା ଏହି ବସ ବ୍ୟବସ୍ଥା କରାଯାଇଥିବା ବେଳେ ଯାତ୍ରୀ ଙ୍କ ସୁବିଧା ପିଅନ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି | ଅନ୍ୟପଟେ ପଟିଆ ରେ ମୋ ବସ ର ନୂତନ ଡିପୋ ମଧ୍ୟ ମରାଯାଇଛି | ଏହି ଡିପୋ ରେ ସମସ୍ତ ପର୍ୟ୍ଯକର ସୁବିଧା ଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି |