ବିପ୍ଳବ ପତିଙ୍କୁ ଶ୍ରେଷ୍ଠ କରୋନା ଯୋଦ୍ଧା ସମ୍ମାନ ।

194

କଟକ(ଉତ୍କଳ ନୀୟୁଜ)ତିହିଡି, ୦୩.୦୯: ଭଦ୍ରକ ତିହିଡ଼ି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ତିହିଡ଼ି ଯୁବମଞ୍ଚ ପକ୍ଷରୁ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କୋଭିଡ୍ ନୋଡାଲ ଅଧିକାରୀ ତଥା ସାରସ୍ୱତ ସାଧକ ବିପ୍ଳବ ରଞ୍ଜନ ପତିଙ୍କୁ ବ୍ଲକର ଶ୍ରେଷ୍ଠ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଛି । କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଶ୍ରୀ ପତି କରୋନାକୁ ପ୍ରତିହତ କରିବା କରୋନାର କରାଳ ପରିଣତିକୁ ଖାତିର ନକରି ପାଇଁ ଦିନରାତି ଏକକରି ତଥା ଜୀବନକୁ ବାଜି ଲଗାଇ ତିହିଡ଼ି ବ୍ଲକର ଜନସାଧାରଣଙ୍କୁ ସେବା ପ୍ରଦାନ କରିଆସିଛନ୍ତି । ଏଥିସହ ପିପିଇ କିଟ୍ ପିନ୍ଧି ରାତିର ଅନ୍ଧକାରରେ କରୋନା ରୋଗୀଙ୍କ ଶବଦାହ, କରୋନା ଟୀକାକରଣକୁ ଶୃଙ୍ଖଳିତ ପଦ୍ଧତିରେ ପରିଚାଳନା କରିବା ସହିତ ଅସହାୟ ଲୋକଙ୍କ ସହାୟତା ପାଇଁ ସାମାଜିକ ସଙ୍ଗଠନମାନଙ୍କୁ ସହଯୋଗର ହାତ ବଢ଼ାଇ ତିହିଡି ଅଞ୍ଚଳର ଜନସାଧାରଣଙ୍କ ପ୍ରିୟପାତ୍ର ହୋଇଥିବାରୁ ତାଙ୍କୁ ସଂଗଠନ ପକ୍ଷରୁ ବ୍ଲକର ଶ୍ରେଷ୍ଠ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିବା ସଂଗଠନ ପକ୍ଷରୁ କୁହାଯଇଛି । ଯୁବମଞ୍ଚର ଉପଦେଷ୍ଟା ସମାଜସେବୀ ଶଚିକାନ୍ତ ନାୟକ, ସଭାପତି କୈଳାସ ବେହେରା, ସୋସିଆଲ ମିଡିଆ ସଂଯୋଜକ ନିରଞ୍ଜନ ବାରିକ, ସଦସ୍ୟ ସାକିରୁଦ୍ଧିନ ଖାଁ ଅଭିଜିତ ନାୟକ ପ୍ରମୁଖ ଶ୍ରୀ ପତିଙ୍କ କାର୍ଯ୍ୟଳୟରେ ପହଞ୍ôଚ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନୀୟୁଜ।