ଫସର ଫାଟୁଛି ଚାଷୀ ପଞ୍ଜିକରଣ ପଦ୍ଧତ୍ତି।

232

କଟକ(ଉତ୍କଳ ନୀୟୁଜ)ତିହିଡି, ୦୧.୦୯: ଫସର ଫାଟୁଛି ଚାଷୀ ଅନ୍‌ଲାଇନ୍ ପଦ୍ଧତ୍ତି । ସରକାରଙ୍କୁ ସିଧା ସଳଖ ଧାନ ବିକ୍ରି ପାଇଁ ଏହି ପଦ୍ଧତ୍ତି ସମସ୍ତଙ୍କୁ ଅଡୁଆରେ ପକାଇ ସାରିଛି । ଯାହା ଫଳରେ ଚାଷୀଙ୍କ ଦୁଖ ଦୁଦ୍ଦର୍ଶା ପିଛା ଛାଡ଼ୁନ । ସରକାର ଡିଜିଟାଲ ଇଣ୍ଡିଆକୁ ଗୁରୁତ୍ୱ ଦେଇ ଆସିଥିବା ବେଳେ ସେହି କାଗଜପତ୍ର ଅନଲାଇନ ପ୍ରସାରେ ବିଭ୍ରାଟ ପାଇଁ ଏଥର ବହୁ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି । ଧାନ ବିକ୍ରି ପାଇଁ ସରକାର ଚଳିତ ଖରିଫ ଋତୁରେ ଚାଷୀ ଅନଲାଇନର ବାଧ୍ୟତାମୂଳକ କରିଛନ୍ତି । ସେଥିପାଇଁ ଅଗଷ୍ଟ ମାସ ୧୬ ତାରିଖକୁ ଚାଷୀର ଜମିଜମା ଓ ଅବେଦନପତ୍ର ଦାଖଲ କରିବାକୁ ଶେଷ ତାରିଖ ଘୋଷଣା କରାଯାଇଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ଅଗଷ୍ଟ ୨୩ ତାରିଖକୁ ଘୁଞ୍ଚା ଯାଇଥିଲା । ମାତ୍ର ସେବା ସମବାୟ ସମିତିରେ ୨୪, ୨୫ ଓ ୨୬ ତାରିଖ ମଧ୍ୟରେ ସମସ୍ତ ଚାଷୀର କାଗଜପତ୍ର ଅନଲାଇନ କରିବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ସମିତିର କର୍ମଚାରୀମାନେ ଦିନ ରାତି ଏକକରି କାମ ସାରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ବି ବିଫଳ ହୋଇଛନ୍ତି । ଅନଲାଇନରେ ବିଭ୍ରାଟ ପାଇଁ ଏଭଳି ସ୍ଥିତି ଦେଖାଦେଇଥିବା ସମିତିର ସମ୍ପାଦକମାନେ କହିଛନ୍ତି । ତିହିଡ଼ି ବ୍ଲକରେ ସମସ୍ତ ୧୬ଟି ସମିତିରେ ଏବେବି ଶତାଧିକ ଚାଷୀଙ୍କର ପଞ୍ଜୀକରଣ ହୋଇ ପାରି ନ ଥିବା ଖବର ସାମନାକୁ ଆସିଛି । ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଉଚିତ ଭାବେ ବିକ୍ରୟ କରିବାକୁ ସରକାର ଉତ୍ତରଦାୟୀ ରହିଥିବା ବେଳେ ପଞ୍ଜିକରଣ ବିଭ୍ରାଟ ପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସରକାରଙ୍କ କଡାକଡି ନିର୍ଦ୍ଦେଶକୁ ପ୍ରଶାସନ ଠିକ ଭାବେ ପରିଚାଳନା କରୁନାହିଁ ବା ଡିଜିଟାଲ ବିଭ୍ରାଟ ପାଇଁ ଏମିତି ପରିସ୍ଥିତି ଦେଖାଦେଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ଅଗଷ୍ଟ ୨୩କୁ କାଗଜପତ୍ର ଦାଖଲ କରିବାର ଶେଷ ତାରିଖ ଭାବେ ସରକାରଙ୍କ କଡା ଆଭିମୁଖ୍ୟ ରହିଥିଲା । ଆଉ ପୁଣି ଚାଷୀମାନେ ଚାଷବାସ ଅଧାରୁ ଛାଡି କମେଇ ହୋଇ ସରକାରଙ୍କ ନିର୍ଦ୍ଦେଶ ପାଳନ କଲେ । ତେବେ ଦେଖାଦେଇଥିବା ପଞ୍ଜିକରଣ ତ୍ରୁଟି ପାଇଁ ଦାୟୀ କିଏ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଚାଷୀମାନେ ଧାନ ବିକ୍ରି ବେଳେ ପଞ୍ଜିକରଣ ତ୍ରୁଟି ପାଇଁ ବଞ୍ଚିତ ରହନ୍ତି ତେବେ ସେତେବେଳେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଚାଷୀ ହଇରାଣ ହେବା ଆଶଙ୍କା ପ୍ରକାଶ ପାଇଛି । ତେବେ ବାକି ରହିଯାଇଥିବା ଚାଷୀଙ୍କ ପଞ୍ଜୀକରଣ ପାଇଁ ସରକାର ଆଉ କିଛିଦିନ ସମୟ ଦେଲେ ସମସ୍ତ ଚାଷୀ ପଞ୍ଜୀକରଣ ହୋଇପାରନ୍ତେ ବୋଲି ଚାଷୀଙ୍କ ମହଲରେ ମତପ୍ରକାଶ ପାଇଛି ।ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନୀୟୁଜ।