ଇତିହାସ ରଚିଲା ସୁପ୍ରିମକୋର୍ଟ |

113

କଟକ(ଉତ୍କଳ ନ୍ୟୁଜ) :୦୧-୦୯-୨୦୧୧ : ସୁପ୍ରିମକୋର୍ଟ ଇତିହାସରେ ଏକ ନୂଆ ଫର୍ଦ ଯୋଡିହୋଇଛି | ପ୍ରଥମ ଥର ପାଇଁ ଏକାଥରେ ୯ ଜଣ ବିଚାରପତି ଶପଥ ନେଇଛନ୍ତି | ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ଅଛନ୍ତି | ଏହା ସହ ସୁପ୍ରିମକୋର୍ଟ ର ବିଚାରପତି ଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି | ପ୍ରଧାନ ବିଚାରପତି ଏନ ଭି ରମଣ ମଙ୍ଗଳ ବାର ଦିନ ନୂଆ ବିଚାର ପତି ଙ୍କୁ ଶପଥ ପାଠ କରାଇଥିଲେ | ଜଷ୍ଟିସ ବିକ୍ରମ ନାଥ , ଜଷ୍ଟିସ ଜିତେନ୍ଦ୍ର କୁମାର ମହାସ୍ଵରୀ , ଜଷ୍ଟିସ ହିମା କୋହଲି , ଜଷ୍ଟିସ ବି ଭି ନାଗାରତ୍ନ, ଙ୍କ ସମେତ ୯ ଜଣ ଶପଥ ଗ୍ରହଣ କରିଥିଲେ | ଏହା ବ୍ୟତୀତ ଜଷ୍ଟିସ ସି ଟି ରବି କୁମାର, ଜଷ୍ଟିସ ଏମ ଏମ ସୁନ୍ଦରେସ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ପି ଏସ ନରସିଂହା ଙ୍କୁ ସିଜେଆଇ ଶପଥ ପାଠ କରାଇଥିଲେ |