ଦିବଂଗତ ନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲଢିବାକୁ ପରାମର୍ଶ।

122

କଟକ(ଉତ୍କଳ ନୀୟୁଜ)ସିପିଆଇଏମଲ ଭଦ୍ରକ ଜିଲା କମିଟି ପକ୍ଷରୁ ତିହିଡ଼ି ବ୍ଲକ ଅଧୀନ ଦୋଳସାହି କୁଣ୍ଡିପୋଲ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କାଳରେ ଦିବଂଗତ ହୋଇଥିବା ଚାଷୀମୂଲିଆ ଓ ଶ୍ରମଜୀବୀ ମଣିଷମାନଙ୍କର ଅଧିକାର ପାଇଁ ସର୍ବଭାରତୀୟ ସ୍ତରରେ ଲଢ଼େଇ କରୁଥିବା କମ୍ୟୁନିଷ୍ଟ ପାର୍ଟିର ବିପ୍ଳବୀ ନେତା କମ୍ରେଡ଼ ମଧୁଜୀ, ସିପିଆଇ ଏମଏଲ କେନ୍ଦ୍ର କମିଟି ସଦସ୍ୟ କମ୍ରେଡ଼ ଯଶୱନ୍ତ ରାଓ, କମ୍ରେଡ଼ ଶିବରାମ, ରେଡ଼ଷ୍ଟାର କେନ୍ଦ୍ର କମିଟି ସଦସ୍ୟ ତଥା ଓଡ଼ିଶା ରାଜ୍ୟ ସମ୍ପାଦକ କମ୍ରେଡ଼ ଶର୍ମିଷ୍ଠା ଚୌଧୁରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ସ୍ମୃତି ସଭା ଆୟୋଜନ କରାଯାଇଥିଲା । ଜିଲା ସମ୍ପାଦକ ସୁଶାନ୍ତ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ପ୍ରଗତିଶୀଳ ମହିଳାମଞ୍ଚ ଓ ଚାଷୀ ମୂଲିଆ ସଂଘର ଜିଲ୍ଲାର ବିଭିନ୍ନ ବ୍ଲକର ଯୋଗ ଦେଇ ଦିବଂଗତ କମ୍ରେଡ଼ଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରି ସ୍ମୃତିଚାରଣ କରିବା ଅବସରରେ ଏହି ମହାନ ବିଳ୍ପବୀ ନେତାମାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନୀୟୁଜ।