ଡିଏଫଓ କାର୍ଯ୍ୟାଳୟ ସ୍ଥାନାନ୍ତର ବିରୋଧରେ ତାତିଲେ ଚାନ୍ଦବାଲିବାସୀ

113

କଟକ(ଉତ୍କଳ ନିୟୁଜ)ତିହିଡି, ୩୧.୦୮: ଡିଏଫଓ କାର୍ଯ୍ୟାଳୟ ସ୍ଥାନାନ୍ତର ବିରୋଧରେ ତାତିଲେ ଚାନ୍ଦବାଲିବାସୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ରାଜନଗର ଡିଏଫଓ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବା ପ୍ରସଙ୍ଗକୁ ନେଇ ଚାନ୍ଦବାଲିବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ସ୍ଥାନୀୟ ଡ଼ାକ ବଙ୍ଗଳା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇ ଯାଇଛ । ରବି ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଚାନ୍ଦବାଲିବାସୀଙ୍କ ପକ୍ଷରୁ ଏକ କମିଟି ଗଠନ କରାଯିବା ସହ ପ୍ରତି ପଂଚାୟତ, ବ୍ଲକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତାବ ଗୃହିତ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ମାନ୍ୟବର ଜଙ୍ଗଲ ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ପ୍ରସ୍ତବପରେ ଆଗାମୀ କାର୍ଯ୍ୟସୂଚୀ ପାଇଁ କମିଟି ସଜବାଜ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକର ଆବାହକ ସୁଧିର ମହାନ୍ତି, ପ୍ରଫୁଲ ସାହୁ, ଭାଗ୍ୟରଥି ସେଠୀ, ଶ୍ରୀମନ୍ତ ଖୁଣ୍ଟିଆ, କମଳାକାନ୍ତ ସୁତାର, ପୁର୍ଣ୍ଣଚନ୍ଦ୍ର ପାଣି, ଉପେନ୍ଦ୍ର ରାଉଳ, ଶରତ ସାହୁ, ଖଗେଶ୍ୱର ବଳ, ରଘୁନାଥ ସାହୁ, ସରୋଜ ବଳ, ଗୋପିରାମ ଅଗ୍ରୱାଲ, ଏସକେ ଫିରୋଜ, ବାର ଆସୋସିଏସନର ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସହ ବହୁ ଛାମୁଆ ନେତା ଓ ସମାଜସେବୀ ଏବଂ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି । ତିହିଡ଼ି ରୁ ସଂଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।