ମିନା ବଜ଼ାର ରେ ବୁଲୁଛନ୍ତି ଲୋକେ , କରୋନା କଟକଣା କୁ ଫୁ |

102

କଟକ (ଉତ୍କଳ ନ୍ୟୁଜ ) :୩୦-୦୮-୨୦୨୧: ସରକାରଙ୍କ ତରଫରୁ ଅଗଷ୍ଟ ମାସରେ କରୋନା କଟକଣାକୁ କୋହଳ କରାଯାଇଛି | ଉଦଳା ଠାରେ ଦେଖିବାକୁ ମିଳିଛି ଏପରି ଏକ ଚିତ୍ର ଯାହାକୁ ଦେଖିଲେ ଆପଣ ବି କହିବେ ଆଗକୁ ସ୍ଥିତି କେତେ ସାଂଘାତିକ ହବାକୁ ଯାଉଛି | ଉଦଳା ଅତୁଲ ବାବାଙ୍କ ପଡ଼ିଆ ଠାରେ ଆୟୋଜିତ ହୋଇଛି ଉତ୍କଳ ମିନା ବଜ଼ାର | ପୁରା ଖଚା ଖଚ ଭିଡରେ ପଡ଼ିଆ ଭର୍ତି ହୋଇଯାଇଛି | ଉଡୁଛି କୋଭିଡ ନିୟମର ଧଜିଆ | କାହାରି ମୁହଁରେ ନାଁ ମାସ୍କ ଅଛି ନାଁ କାହାରି ମଧ୍ୟରେ ଅଛି ସାମାଜିକ ଦୂରତା | ତୃତୀୟ ଲହର କୁ ନେଇ ସମସ୍ତେ ଚିନ୍ତାର ଥିବାବେଳେ ଏଠାରେ ଲୋକଙ୍କ ମନରେ ଟିକେ ଭୟ ନଥିବା ଦେଖାଯାଉଛି |