ରେଳ ଲାଇନ ପାର ହେବା ବେଳେ ଅଘଟଣ |

118

କଟକ (ଉତ୍କଳ ନ୍ୟୁଜ):୩୦-୦୮-୨୦୨୧: ରାତିରେ ଲେଭଲ କ୍ରସିଂ ପାର ବେଳେ ଅଘଟଣ | ଏଥିରେ ୩ ଜଣଙ୍କର ମୁର୍ତ୍ୟୁ ହୋଇଛି | ବ୍ରହ୍ମପୁର ହଳଦିଆପଦର ଲେଭଲ କ୍ରସିଂ ପାର ବେଳେ ୩ ଜଣଙ୍କ ମୁର୍ତ୍ୟୁ ଘଟିଛି | ଆଉ ୫ ଜଣ ଅଳ୍ପକେ ବର୍ତିଯାଇଛନ୍ତି | ବିଶାଖା - ଟାଟାନଗର ଟ୍ରେନ ଧକ୍କାରେ ସେମାଙ୍କର ମୁର୍ତ୍ୟୁ ଘଟିଛି |ମୃତକ ମାନେ ଶ୍ରମିକ ବୋଲି ଜଣାପଡ଼ିଛି | ଲୋକଙ୍କ କହିବା ଅନୁସାରେ କାଲି ରାତିରେ ସେମାନେ ରେଳ ଲାଇନରେ ଜିନିଷ ଧରି ଯାଉଥିଲେ ପଛରୁ ଟ୍ରେନ ଆସିବାର ଜାଣି ପାରିନଥିଲେ | ଦ୍ରୁତ ଗତିରେ ଆସୁଥିବା ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା | ଘଟଣା ସ୍ଥଳରେ ଜିଆରପି ପହଞ୍ଚି ଏହାର ଯାଞ୍ଚ କରୁଛି |