ଚାନ୍ଦବାଲିରେ ଜାତୀୟ କ୍ରୀଡା ଦିବସ ପାଳିତ

189

କଟକ(ଉତ୍କଳ ନିୟୁଜ)ତିହିଡି, ୨୯.୦୮: ଭଦ୍ରକ ଜିଲ୍ଲା ସିପକ୍ ଟାକ୍ରୋ ଆସୋସିଏସନ୍ ପକ୍ଷରୁ ଚାନ୍ଦବାଲିରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ହକି ଖେଳର ଯାଦୁଗର ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଭାରତ ବର୍ଷରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଅଛି । ଧ୍ୟାନ ଚାନ୍ଦଙ୍କ ସମୟରେ ଭାରତୀୟ ହକି ଦଳକୁ ବିଶ୍ୱ ସ୍ତରରେ ଏକ ନମ୍ବର ଦଳ ଭାବେ ଉପସ୍ଥାପିତ କରି ପାରିଥିଲେ । ଦିର୍ଘ ୪୧ ବର୍ଷ ପରେ ସଦ୍ୟ ସମାପିତ ହୋଇଥିବା ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଂଚ ପଦକ ହାତେଇ ଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ବିଳମ୍ବ ହେଲେ ମଧ୍ୟ ତାଙ୍କ ନାମରେ ସଂପ୍ରତି ଖେଳରତ୍ନ ପୁରଷ୍କାର ଘୋଷଣା ମଧ୍ୟ କରାଯାଇଛି । ତାଙ୍କୁ ସର୍ବଦା ମନେ ରଖିବା ଲାଗି ପ୍ରତିବର୍ଷ ଆଜିର ଦିନରେ କ୍ରୀଡାବିତ୍ ସଂଗଠିତ ହୋଇ ତାଙ୍କର ସ୍ମୃତିଚାରଣ କରିବା ସହିତ ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ସମ୍ପର୍କରେ ଆଲୋଚନା କରିଥାନ୍ତି । କ୍ରୀଡା ସଂଗଠକ ଶିକ୍ଷକ ଅମୁଲ୍ୟ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ବିଶିଷ୍ଟ କ୍ରୀଡାବିତ୍ ମହମ୍ମଦ୍ ଆବିଦ୍‌, ଆଇନ୍‌ଜୀବି ପ୍ରଭାସ ଶୁଭ ଦର୍ଶନ ମହାନ୍ତି, କ୍ରୀଡାବିତ୍ ଜଗମୋହନ ସାହୁ, ଆନ୍ତର୍ଜାତୀୟ ଖେଳାଳୀ ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଯୋଗଦେଇ ଜାତୀୟ କ୍ରୀଡା ଦିବସ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୁପାଲୀ ସାହୁ, ଶୁଷମା ସାହୁ, ଗାୟତ୍ରୀ ସାହୁ, ସୁଦିପ୍ତା ସାହୁ, ସଂଗିତା ଗିରି, ମାନସୀ ସାହା, ବର୍ଷାରାଣୀ ବିଶ୍ୱାଳ, ଝୁନୁ ବେହେରା, ଜଗନ୍ ପରିହାରୀ, ସମୀର ସାହୁ, ମହମ୍ମଦ୍ ରିଆଜ୍ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।