ବାହାବଳପୁର ପଞ୍ଚାୟତରେ ବାସୁଦେବପୁର ବିଧାୟକଙ୍କ ସମୀକ୍ଷା

319

କଟକ(ଉତ୍କଳ ନିୟୁଜ)ତିହିଡି, ୨୯.୦୮: ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ରବିବାର ତିହିଡ଼ି ବ୍ଲକ ଅଧୀନ ବାହାବଳପୁର ପଞ୍ଚାୟତକୁ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସହ ସମୀକ୍ଷା କରିଥିବା ଜଣାଯାଇଛି । ବିଧାୟକ ଶ୍ରୀ ରାଉତରାୟ ବାହାବଳପୁର ବାତ୍ୟା ଆଶ୍ରୟସ୍ଥଳୀ, ବାହାବଳପୁର ହାଇସ୍କୁଲ, ଡାକ୍ତରଖାନା, ପଞ୍ଚାୟତ ପରିସର, ମାର୍କେଟ କମ୍ପେ୍ଲକ୍ସ, ମିଶନଶକ୍ତି ଗୃହ, କହ୍ନେଇବିନ୍ଧା ଅଙ୍ଗନୱାଡ ଼ିକେନ୍ଦ୍ର, ମାଟିଆସାହି ସେତୁ ଆଦି ପ୍ରକଳ୍ପ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଥିଲେ । ଏଥି ସହ ହାଇସ୍କୁଲରେ ନୂତନ ଶ୍ରେଗୃହ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ କଲ୍ୟାଣ ମଣ୍ଡପ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲେ ମଧ୍ୟ ଏହା ଉପଯୁକ୍ତ ଜାଗା ଅଭାବରୁ ହୋଇପାରୁନଥିବା ନେଇ କ୍ଷୁବ୍‌ଧ ହେବା ସହ ଏନେଇ ତୁରନ୍ତ ଜାଗା ଚିହ୍ନଟ କରିବାକୁ ତିହିଡ଼ି ତହସିଲଦାରଙ୍କୁ ନର୍ଦ୍ଦେଶ ଦେବେ ବୋଲି କହିଥିଲେ । ମନ୍ତେଇ ନଦୀର ଦୋହରାସାହି ଓ ମାଟିଆସାହି ସେତୁ ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶେଷ ହେବ ବୋଲି କହିଥିଲେ । ଡାକ୍ତଖାନାରେ କ୍ୱାର୍ଟର ଅଭାବରୁ କର୍ମଚାରୀମାନେ ରହି ପାରୁନଥିବା ହେତୁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଥିବା ଜାଣିବା ପରେ ବିଧାୟକ ଶ୍ରୀ ରାଉତରୟ କ୍ୱାର୍ଟର ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବାହାବଳପୁରରୁ ଫେରିବା ପରେ ତିହିଡ଼ି ଚରସ ହାଇସ୍କୁଲରେ ପହଞ୍ôଚ ୫-ଟି ରୂପାନ୍ତିରିତ କାର୍ଯ୍ୟର ତଦାରଖ କରିଥିଲେ । ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଜିଲା ବିଜେଡି ସାଧାରଣ ସମ୍ପାଦକ ସୁରେନ୍ଦ୍ର ନାୟକ, ବ୍ଲକ ଯୁବ ବିଜେଡି ସଭାପତି ଉତ୍ତମ ମହାପାତ୍ର, ଯୋଗେନ୍ଦ୍ର ସାହୁ, ନିରଂଜନ ଅଧିକାରୀ, ସଚିକାନ୍ତ ନାୟକ, ଭଗବାନ ପାଢ଼ୀ, ନରେନ୍ଦ୍ର ବାରିକ, ପ୍ରଭାତ ଜେନା, କୃତ୍ତିବାସ ଜେନା, ଚରସ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଜା ରମଣ ଜେନା, ବାହାବଳପୁର ସରପଞ୍ଚ ବିପିନ ବେହେରା, ସମିତିସଭ୍ୟାଙ୍କ ପ୍ରତିନିଧି ପ୍ରଦୀପ୍ତ ଦାସ, ଶିକ୍ଷାବିତ ପ୍ରଫୁଲ୍ଲ ଧଳ, ଅଜୟ ଦାସ, ମୀନକେତନ ସାହୁ, ଜଗବନ୍ଧୁ ମାଝୀ, ଲକ୍ଷ୍ମୀଧର ମାଝୀ, ନାରାୟଣ ନାୟକ, ରାଜେଶ ନାୟକ, ଚିତ୍ତରଂଜନ ବେହେରା, ମଙ୍ଗଳ ମାଝୀ, ଅକ୍ଷୟ ମହାନ୍ତି ଓ ଦାଶରଥି ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।