ଶିକ୍ଷା ସମ୍ମାନରେ ତିହିଡ଼ି ଡିଗ୍ରୀ କଲେଜ ଛାତ୍ରୀ ତପସ୍ୱିନୀ ଟପ୍ପର।

484

କଟକ(ଉତ୍କଳ ନିୟୁଜ)ତିହିଡି, ୨୮.୦୮: ଫକୀର ମୋହନ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତିତିନି କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ତେବେ ତିହିଡ଼ି ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ତପସ୍ୱିନୀ ଜେନା ଶିକ୍ଷା ସମ୍ମାନରେ ସର୍ବାଧିକ ୧୫୫୯ ରଖି ବିଶ୍ୱବିଦ୍ୟାଳୟର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି । ତପସ୍ୱିନୀ ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ବୁଧପୁର ଗ୍ରାମର ପୀତାମ୍ବର ଜେନା ଓ ତୃପ୍ତିରାଣୀ ଜେନାଙ୍କର କନ୍ୟା ଅଟନ୍ତି । ତାଙ୍କର ଏହି ସଫଳତା ଖବର ପ୍ରଚାରିତ ହେବା ପରେ କଲେଜର ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । କୃଷକ ପରିବାରରେ ଜନ୍ମିତ ତପସ୍ୱିନୀ ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରି ଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ବହୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓଗ୍ରାମବାସୀ ତାଙ୍କର ଉତ୍ତରୋତ୍ତର କାମନା କରିଛନ୍ତି । ପିତାମାତା ଓ ଭଗବାନଙ୍କର ଆଶୀର୍ବାଦ ସହିତ କଲେଜର ଅଧ୍ୟକ୍ଷ ଦେବେନ୍ଦ୍ର ପ୍ରସାଦ ସାମଲଙ୍କ ସମେତ ସମସ୍ତ ଅଧ୍ୟପକ, ଅଧ୍ୟାପିକା ସର୍ବୋପରି ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଡ. ବଂଶୀଧର ବେହେରା ଓ ଅଧ୍ୟାପିକା ସଂଘମିତ୍ରା ବେହେରାଙ୍କ ପ୍ରେରଣା ଓ ଆଶୀର୍ବାଦ ଯୋଗୁ ସେ ଏହି ସଫଳତା ପାଇ ପାରିଛନ୍ତି ବୋଲି ତପସ୍ୱିନୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିବା ସହ ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହୋଇ ଶିକ୍ଷାଦାନ କରିବେ ବୋଲି କହିଛନ୍ତି । ତିହିଡ଼ି ରୁ ସଂଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।