କୀଡିନ୍ ରୋଗରେ ପୀଡିତ ରାଜଲକ୍ଷ୍ମୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

371

କଟକ(ଉତ୍କଳ ନିୟୁଜ)ତିହିଡି,୨୮.୦୮: କଥାରେ ଅଛି ବିପଦ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବଙ୍କୁ ସାଙ୍ଗରେ ଧରି ଆସେ । ବେଳେବେଳେ ଏମିତି ଦୁଃଖ ମାଡି ଆସେ ଯାହା ସମଗ୍ର ପରିବାର ଉପରେ ପାହଡ ପରି ଲଦି ହୋଇଯାଏ । ଏମିତି ଏକ ଦୁଃଖଦ ଓ ହୃଦୟ ବିଦାରକ ଘଟଣା ଆଜି ସମସ୍ତଙ୍କୁ ବ୍ୟଥିତ କରିଛି । ଜଣେ କଲେଜ ପଢ଼ୁଆ ଝିଅ ଆଜି ମୃତ୍ୟୁ ସଯ୍ୟାରେ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରୁଛି । ତାର ଚିକିତ୍ସା ପାଇଁ ବାପା ମାଆଙ୍କ ସହ ମିଶି ଆକୁଳ ନିଦେଦନ କରୁଛି । ଦେହର କଷ୍ଟକୁ ଓ ବାପା ମାଆଙ୍କ ଦୁଃଖକୁ ସହି ନପାରି ନିଜକୁ ହୀନ ମନେ କରୁଛି । ଭଗବାନଙ୍କୁ ପ୍ରଶ୍ନ କରୁଛି ମୋତେ ଓ ମୋ ପରିବାରକୁ ଏମିତି ଯନ୍ତ୍ରଣା କାହିଁକି ଦେଉଛ ବୋଲି । ଯଦି ନବା କଥା ମୋତା ନେଇ ଯାଅ । ଏ ଯନ୍ତ୍ରଣା ଓ ମୋ ବାପା ମାଆଙ୍କ ଦୁଃଖ ମୋର ଆଉ ସହିବାର ଧର୍ଯ୍ୟ ଓ ସାମର୍ଥ୍ୟ ନାହିଁ ବୋଲି ଆର୍ତ୍ତ ଚିତ୍କାର କରି କହୁଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ଅନ୍ତର୍ଗତ କୁବେରା ପଞ୍ଚାୟତ କୁବେରା ଗ୍ରାମର ସରୋଜ ସାହୁଙ୍କ କଲେଜ ପଢ଼ୁଆ ଝିଅ ରାଜଲକ୍ଷ୍ମୀ । ସ୍ତ୍ରୀ ଶୁବାସିନୀ ଓ ଝିଅ ରାଜଲକ୍ଷ୍ମୀକୁ ନେଇ ସରୋଜଙ୍କ ପରିବାର । ସରୋଜ ମୂଲ ଲାଗି ଚାଷ ବାସ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ଏକ ମାତ୍ର ଝିଅକୁ ଉଚ୍ଚ ଶିକ୍ଷିତା କରିବା ପାଇଁ ଆରମ୍ଭରୁ ପ୍ରୟାସ କରିଥିଲେ । ଝିଅ ଜନ୍ମ ହେବା ପରେ ପରେ ସରୋଜ ଜାଣିବାକୁ ପାଇଲେ ଯେ ଉଭୟ ସ୍ୱାମୀ ସ୍ତ୍ରୀ ଓ ତାଙ୍କ ଝିଅ ଏକ ଦୂରାରୋଗ୍ୟ ରୋଗରେ ପୀଡିତ ଅଛନ୍ତି । ଯେଉଁ ରୋଗର ଆଜି ଯାଏ କୌଣସି ସଫଳ ଚିକିତ୍ସା ନାହିଁ । ସଂପୂର୍ଣ୍ଣ ପରିବାର ଏହି ଦୂରାରୋଗରେ ପିଡିତ ଥିବା ବେଳେ ବୋଝ ଉପରେ ନଳିତା ବିଡା ପରି ଆଉ ଏକ ରୋଗରେ ଆକ୍ରାନ୍ତ ହୋଇଛନ୍ତି କଲେଜ ପଢ଼ୁଆ ଝିଅ ରାଜଲକ୍ଷ୍ମୀ । ଦେଢ଼ ବର୍ଷ ତଳେ ଝିଅର ଦେହ ଖରାପ ହୋବାରୁ ତାକୁ ଚିକିତ୍ସା ପାଇଁ ବାପା ମା କଟକ ବଡ ମେଡିକାଲ ସହିତ ଅନ୍ୟାନ୍ୟ ଘରୋଇ ହସପିଟାଲରେ ଚିକିତ୍ସିତ କରି ଜାଣିବାକୁ ପାଇଥିଲେ ଝିଅର କୀଡିନ୍ ଜନିତ ସମସ୍ୟା ଅଛି । ଏକଥା ଜାଣିବା ପରେ ବାପା ମାଆଙ୍କ ହୋସ ଉଡିଯାଇଥିଲା । ଝିଅର ଚକିତ୍ସା ପାଇଁ ନିଜର ଯାହା ସମ୍ବଳ ଥିଲା ସେତକ ସରିଯିବା ପରେ କେତେକ ସ୍ୱେଛାସେବୀ ଓ ଗାଁ ଲୋକଙ୍କ ସାହାଯ୍ୟ ସହଯାଗରେ ଚିକିତ୍ସା କରୁଥିଲେ । । ହେଲେ ଏବେ ଝିଅର ଅବସ୍ତା ସଂକଟାପର୍ଣ୍ଣ ଥିବାରୁ ଡାକ୍ତର ଅପରେସନ ପାଇଁ କହିଛନ୍ତି । ଯେଉଁଥି ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି । ଝିଅର ଚିକିତ୍ସା ସହାୟତା ପାଇଁ ବାପା ମାଆ ଆକୁଳ ନିବେଦନ କରିଛନ୍ତି । ତାଙ୍କ ଝିଅର ଯନ୍ତ୍ରଣା ସେ ଆଉ ସହି ପାରୁ ନାହାନ୍ତି । ତାଙ୍କୁ ସମସ୍ତଙ୍କର ସାହାଯ୍ୟ ଆବଶ୍ୟକ ଅଛି । ନିଜ ପରିବାର ଝିଅଟିଏ ଭାବି ସମସ୍ତେ କିଛି କିଛି ସାହାଯ୍ୟ ସହଯୋଗ କଲେ ତାଙ୍କ ଝିଅର ଜୀବନ ବଞ୍ଚ ଯାଆନ୍ତା ବୋଲି ସେ ନେହୁରା ହୋଇ ନିବେଦନ କରିଛନ୍ତି । ଝିଅଟି ତାଙ୍କର ଶେଷ ଆଶା ଓ ଭରସା । ତାର କିଛି ହୋଇଗଲେ ଆମେ ଆଉ କାହା ପାଇଁ ବଞ୍ଚି ରହିବୁ ବୋଲି ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ଯେଉଁମାନେ ଏହି ପରିବାରକୁ ସାହାଯ୍ୟ ସହଯୋଗ କରିବାକୁ ଚାହୁଁଛନ୍ତି ସେମାନେ ତାଙ୍କା ବାପା ସରୋଜ ସାହୁଙ୍କ ଦୋଳସାହି ୟୁକୋ ବ୍ୟାଙ୍କ ଶାଖା ଆକାଉଣ୍ଟ ନଂ-୧୨୨୦୩୨୧୧୦୭୧୧୮୧ ତଥା ଆଇଏଫଏସସି କୋଡ ନମ୍ବର ୟୁସିବିଏ୦୦୦୧୨୨୦ରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ତିହିଡ଼ି ରୁ ସଂଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।