ବାଂଶଡା ମନ୍ତେଇ ସେତୁ ନିର୍ମାଣ ତଦାରଖ କଲେ ଜିଲ୍ଲାପାଳ

240

କଟକ(ଉତ୍କଳ ନିୟୁଜ)ତିହିଡି, ୨୮.୦୮: ଭଦ୍ରକ ଜିଲ୍ଲା ମନ୍ତେଇ ନଦୀ ଉପରେ ନିର୍ମାଣଧିନ ବାଂଶଡା ସେତୁର ତଦାରଖ କରିଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ । ତୁରନ୍ତ କାର୍ଯ୍ୟ ସାରିବା ଲାଗି ବିଭାଗୀୟ ପଦାଧିକାରୀଙ୍କ ସମେତ ଠିକାଦାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ସୂଚନା ମୁତାବକ, ୨୦୧୪ ମସିହା ଫେବୃୟାରୀ ମାସରୁ ଏହି ସେତୁର ନିର୍ମାଣ ଆରମ୍ଭ ହୋଇଥିଲା । ପ୍ରାୟ ୪୧ କୋଟି ଟଙ୍କା ବ୍ୟୟରେ ଟର୍ଣ୍ଣ-କି ପଦ୍ଧତିରେ ଏହାର ନିର୍ମାଣ ହେବାପରେ ଆର୍ନ୍ତଦେଶୀୟ ଜଳପଥ ଓ ପରିବହନ ପକ୍ଷରୁ ସେତୁର ଦୁଇ ଖୁଣ୍ଟ ମଧ୍ୟରେ ଦୂରତ ଓ ଉଚ୍ଚତାକୁ ନେଇ ବିବାଦ ଦେଖା ଦେଇଥିଲା । ଯାହକୁ ନେଇ କିଛି ମାସ କାମ ମଧ୍ୟ ବନ୍ଦ ରହିଥିଲା । ସରକାରଙ୍କ ପକ୍ଷରୁ ବ୍ୟୟ ଅଟକଳ ବୃଦ୍ଧି କରାଯିବା ପରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ତେବେ ସେତୁ ଦୁଇ ପାଶ୍ୱର୍ରେ ଖମ୍ବ ପକାଯାଇ ଛାତ ମଧ୍ୟ ପଡି ଯାଇଛି । କେବଳ ମଝି ଅଂଶରେ ଛାତ ପଡିବା ଏହାର ବାକି ଅଛି । ଚଳିତ ବର୍ଷ ଅକ୍ଟୋବର ମାସ ଭିତରେ ଏହି ଛାତ ପକା କାମ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ମସିହା ଜାନୁୟାରୀ ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେ ବୋଲି ବିଭାଗ ଲକ୍ଷ୍ୟ ରଖିଛି । ଏହା ପୂର୍ବରୁ ଏହି ସେତୁର ଆପ୍ରୋଚ ରଡ୍ କାମ ସରିଯିବ ବୋଲି ଆଶା କରାଯାଉଛି । ସଂପ୍ରତି ବାଁଶଡା ଓ ଜନ୍ତୁଆଳି ପାଶ୍ୱର୍ରେ ଏହି ପୋଲର ଗଳାପୋଲ କାମ ଆଗେଇ ଚାଲିଛି । ୨୦୨୨ ମସିହା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ବେଳକୁ ଏହାର କାମ ସବୁ ଯେମିତି ପୂର୍ଣ୍ଣାଙ୍ଗ ହୋଇପାରିବ ସେନେଇ ଜିଲ୍ଲା ସ୍ତରୀୟ ବୈଠକ ହେଉଥିବା ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ପରିଦର୍ଶନ ସମୟରେ ଭଦ୍ରକ ଉପଜିଲ୍ଲାପାଳ, ରାସ୍ତା ଓ ଗୃହ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଚାନ୍ଦବାଲି ଉପଖଣ୍ଡ ଯନ୍ତ୍ରୀ, ଚାନ୍ଦବାଲି ତହସିଦାର ସୁଶାନ୍ତ କୁମାର ସୂତାର, ବାଁଶଡା ଆରଆଇଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଛାମୁଆ ନେତାମାନେ ଉପସ୍ଥିତ ଥିଲେ । ଭଦ୍ରକ ଜିଲ୍ଲାର ଏହି ଚାନ୍ଦବାଲି ବ୍ଲକର ଧାମରା ଏକ ଅଂଶ ବିଶେଷ । ଚାନ୍ଦବାଲିକୁ ଆସିବା ପାଇଁ ହେଲେ ଜଳପଥ ଏକମାତ୍ର ସାହା ଡଙ୍ଗାରେ ଯିବା ବ୍ୟତିତ ଅନ୍ୟ ଉପାୟ ମଧ୍ୟ ନାହିଁ । ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ସେତୁ ନିର୍ମାଣ ଆରମ୍ଭ କରିଥିଲେ । ମାତ୍ର ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟକ୍ଷମ ହୋଇ ପାରୁନଥିବାରୁ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଦେଇଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।