ବିଧାୟକଙ୍କ ଦ୍ବାରା ପିଏସଏସ ହାଇସ୍କୁଲର ନୂତନ ଶ୍ରେଣୀ ଗୃହର ଶିଳାନ୍ୟାସ |

385

କଟକ(ଉତ୍କଳ ନିଉଜ଼)୨୪.୦୮.୨୦୨୧-ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିନ ପୀରହାଟ ଶାନ୍ତି ଶୈଳେନ୍ଦ୍ର ନୋଡାଲ ହାଇସ୍କୁଲର ନୂତନ ଶ୍ରେଣୀ ଗୃହ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ଦ୍ବାରା ଶିଳାନ୍ୟାସ ହୋଇଯାଇଛି। ଫାଇଭ୍-ଟି ରୂପାନ୍ତରିତ ସ୍କୁଲ ଭାବେ ପରିଗଣିତ ହୋଇଥିବା ପୂରାତନ ସ୍କୁଲର ଭିତ୍ତିଭୂମିର ବିକାଶ ତଥା ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୪୮ ଲକ୍ଷ ୫୩ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିସହ ସମଗ୍ର ଶିକ୍ଷା ପକ୍ଷରୁ ୪୮ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇ ଟେଣ୍ଡର ମଧ୍ଯ ହୋଇ ସାରିଛି। ସିଏଫସି ଫଣ୍ଡ ଓ ମନରେଗା ଯୋଜନାରେ ମଧ୍ଯ ୩୮ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମିଳିଛି। ଏଥିସହ ମୋ ସ୍କୁଲ ଅଭିଯାନରେ ପୂରାତନ ଛାତ୍ରଛାତ୍ରୀଙ୍କ ଅନୁଦାନ ଓ ସରକାରଙ୍କ ମେଚିଂ ଗ୍ରାଣ୍ଟରେ ୭୫ ଲକ୍ଷ ଟଙ୍କାର ଗୃହ ନିର୍ମାଣ ହେବାକୁ ଯାଉଛି। ଏହିସବୁ ପ୍ରକଳ୍ପ କାର୍ଯ୍ଯକାରୀ ହେବାପରେ ଏକ ଉନ୍ନତ ତଥା ଆଦର୍ଶ ବିଦ୍ୟାଳୟ ଭାବେ ଏହି ପୀରହାଟ ଶାନ୍ତି ଶୈଳେନ୍ଦ୍ର ନୋଡାଲ ହାଇସ୍କୁଲ ଗଢି ଉଠିବ ବୋଲି ଆଶା ପ୍ରକଟ କରିଛନ୍ତି ବିଧାୟକ। ୭ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢୁଥିବା ସ୍କୁଲର ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ସେ ପ୍ରତିଶତ ଦେଇଥିବା ଜଣା ଯାଇଛି। ଏହି ଶିଳାନ୍ୟାସ ଉତ୍ସବରେ ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ସହିତ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଡିଓ ବସନ୍ତ କୁମାର ସାହାଣୀ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପତିଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ କର୍ମକର୍ତ୍ତା ଓ ଠିକାଦାର ଉପସ୍ଥିତ ଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ଼ |