ଅଗଷ୍ଟ ୨୭ ରେ ଏକମୋ ୟୁନିଟ ର ଉଦ୍ଘାଟନ |

102

୨୪.୦୮.୨୦୨୧-ଅଗଷ୍ଟ ୨୭ ରେ ହୋଇପାରେ ଏସସିବି ଏକମୋ ୟୁନିଟ ର ଉଦଘାଟନ |ଯଦିଓ ଏ ନେଇ କୌଣସି ସ୍ପଷ୍ଟ ଚିଠି ଆସିନି ତଥାପି ଏ ନେଇ ଏକ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି |ଏସସିବି ଏକମୋ ୟୁନିଟ ଉଦଘାଟନ ନେଇ କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ୨୭ ତାରିଖ ଉଦଘାଟନ ପାଇଁ ଯୋଜନା କରାଯାଇଛି |୨ ଟି ପର୍ଯ୍ୟାୟରେ ୧୯ ଜଣ ଡାକ୍ତର ଓ କର୍ମଚାରୀ ମଧ୍ୟ ଏଥିପାଇଁ ତାଲିମ ନେଇସାରିଛନ୍ତି |ସେହି ଅନୁସାରେ ବ୍ୟବସ୍ଥା ମଧ୍ୟ କରାଯାଉଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |