ବିନା ଦାୟିତ୍ୱ ହସ୍ତାନ୍ତରରେ ଯୋଗ ଦେଲେ ନୂତନ ତହସିଲଦାର

532

କଟକ(ଉତ୍କଳ ନିୟୁଜ)ତିହିଡି, ୨୩.୦୮: ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲଦାର ଚୌକିକୁ ନେଇ ଚାଲିଥିବା ବିବାଦର ପ୍ରାୟତଃ ଅନ୍ତ ଘଟିଛି । ତେବେ ବିନା ଦାୟିତ୍ୱ ହସ୍ତାନ୍ତରରେ ନୂତନ ତହସିଲଦାର ଯୋଗଦାନ କରିଥିବା ବେଶ କୌତୁଳ ସୃଷ୍ଟି ହୋଇଛି । ପ୍ରାକ୍ତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ଭିଜିଲାନ୍ସ ଟିମ୍ କଟକ ନେଇ ଯାଇ ଥିବାରୁ ନୂତନ ତହସିଲାରଙ୍କ ଦାୟିତ୍ୱ ମିଳିନଥିବା ବେଶ ଜଣାଯାଇଛି । ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ଏକ ନିଷ୍ପତି ନିଆଯିବ ବୋଲି ବୋଲି ଜଣାଯାଇଛି । ସୂଚନା ମୁତାବକ, ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କର ଗତ ତା ୨୭.୦୭.୨୧ରିଖରେ ବୌଦ୍ଦ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ ବଦଳି ହୋଇଥିଲା । ତାଙ୍କ ସ୍ଥାନରେ ଚାର୍ଲସ ନାୟକଙ୍କୁ ନିୟୋଜିତ କରାଯାଇଥିଲା ମାତ୍ର ସେ ଜିଲ୍ଲାରେ କାର୍ଯ୍ୟରେ ଯୋଗଦାନ କରିଥିଲେ ମଧ୍ୟ ଶ୍ରୀ ପଣ୍ଡା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ବିବାଦ ଦେଖା ଦେଇଥିଲା । ପରେ ଚାର୍ଲସ ନାୟକଙ୍କର ଅନ୍ୟତ୍ର ବଦଳି ଆଦେଶ ହୋଇଥିବା ବେଳେ ଶ୍ରୀ ପଣ୍ଡାଙ୍କ ବଦଳି ଆଦେଶରେ କୌଣସି ପରିବର୍ତ୍ତନ ହୋଇନଥିଲା । ତେବେ ଗଜପତି ଜିଲ୍ଲାର ଟ୍ରେନିଂ ରିଜର୍ଭ ଅଫିସର ପ୍ରତିକ ସାହୁଙ୍କୁ ଗତ ତା ୦୩.୦୮.୨୧ରିଖରେ ତିହିଡିକୁ ବଦଳି ହୋଇଛି । ମାତ୍ର ସେବେଠାରୁ ଶ୍ରୀ ପଣ୍ଡା ତିହିଡି ଛାଡି ନଥିଲେ । ସୋମବାର ଶ୍ରୀ ପଣ୍ଡାଙ୍କ ବିରୋଧରେ ତିହିଡି ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଜେରା ଚାଲୁଥିବା ବେଳେ ନୂତନ ତହସିଲଦାର ପ୍ରତୀକ ସାହୁ ତିହିଡିର ନୂତନ ତହସିଲଦାର ଭାବେ ଯୋଗ ଦେଇଥିବା ଜଣାଯାଇଛି । ନୂତନ ତହସିଲଦାର ଶ୍ରୀ ସାହୁ ଇତି ପୂର୍ବରୁ ଗଜପତି ଜିଲାର ସ୍ଥିତ ଟ୍ରେନିଂ ରିଜର୍ଭ ଅଫିସର ଭାବେ କାର୍ଯ୍ୟ କରୁଥିବା ବେଳେ କରୋନା ସମୟରେ ନୂଆପଡ଼ାର କୋଭିଡ଼ ପରିଚାଳନା କାର୍ଯ୍ୟ କରୁଥିଲେ । ଶ୍ରୀ ସାହୁଙ୍କ ଯୋଗଦାନ ପରେ ତିହିଡ଼ି ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତିହିଡ଼ିର ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ତହସିଲ କାର୍ଯ୍ୟାଳୟରେସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇଥିଲେ । ତିହିଡ଼ିର ତହସିଲରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତିହିଡ଼ି ରୁ ସଂଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।