କମ ବର୍ଷା ପାଇଁ ସରକାରଙ୍କ ସ୍ୱତନ୍ତ୍ର ଆକ୍ସନ ପ୍ଲାନ |

87

କଟକ(ଉତ୍କଳ ନିଉଜ଼)୨୩.୦୮.୨୦୨୧-ମୌସୁମୀରେ ଯେତିକି ବର୍ଷା ହେବା କଥା ଆବଶ୍ୟକତା ଠାରୁ କମ ବର୍ଷା ହୋଇଛି |ତେବେ ରାଜ୍ୟରେ ନିଅଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକ ଏବେ ଶେଷ ହୋଇଛି |ବୈଠକ ପରେ କୃଷି ସଚିବ ଏସ କେ ଏକ ବିଶିଷ୍ଟ ପ୍ରତିକ୍ରିୟା ରଖିଛନ୍ତି ଯେ ,୧୫ ଜିଲ୍ଲାର ୩୦ ଟି ବ୍ଲକରେ ସ୍ଵଭାଵିକଠୁ କମ ବର୍ଷା ହୋଇଛି |ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଛନ୍ତି କୃଷି ସଚିବ ସୁରେଶ ବଶିଷ୍ଟ |ଯେଉଁଠି ଜଳସେଚନର ସୁବିଧା ଅଛି ସେଠାରୁ ଲିଫ୍ଟ ଇରିଗେସନ ଜରିଆରେ ଅନ୍ୟ ବିଲକୁ ପାଣି ଯୋଗାଇ ଦିଆଯିବ |ସେହିପରି ଯେଉଁଠି ଲିଫ୍ଟ ଇରିଗେସନ ପଏଣ୍ଟ ଅଛି ,ସେଥରେ ପ୍ରତି ପାଣି ପଂଚାୟତରେ ଆକ୍ସନ ପ୍ଲାନ କରାଯିବ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |