ଆଜିଠୁ ଖୋଲିଲା ସିଂହଦ୍ୱାର,ସର୍ବସାଧାରଣ କରିପାରିବେ ଜଗା ଦର୍ଶନ |

93

କଟକ(ଉତ୍କଳ ନିଉଜ଼)୨୩.୦୮.୨୦୨୧-ଆଜିଠୁ ଖୋଲିଲା ସିଂହଦ୍ୱାର,ସର୍ବସାଧାରଣ କରିପାରିବେ ଜଗା ଦର୍ଶନ |କଟକଣା ଭିତରେ ଦର୍ଶନ କରିବେ ଭକ୍ତ |ତେବେ ଦୁଇଡୋଜ ଟୀକା ସାର୍ଟିଫିକେଟ କିମ୍ବା ନେଗେଟିବ ରିପୋର୍ଟ ଦେଖାଇଲେ ହିଁ ଭକ୍ତ ମାନେ ଦର୍ଶନ କରିପାରିବ |ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି |ପରିସରକୁ ସାନିଟାଈଜ କରାଯିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ସିଂହଦ୍ୱାର ଯାଏଁ ବ୍ୟାରିକେଡ଼ ନିର୍ମାଣ ହୋଇଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |