ତିହିଡ଼ି ଡାକ୍ତରଖାନା ସାମ୍ନା ହେଲା ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ।

97

କଟକ(ଉତ୍କଳ ନିୟୁଜ)ତିହିଡ଼ି,୨୧ା୮ ଭଦ୍ରକ ଜିଲ୍ଲା ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକର ଦୁଇକଡ଼କୁ ଲାଗି ଦୀର୍ଘ ବର୍ଷ ଧରି କେତେକ ବ୍ୟକ୍ତି ଜବରଦଖଲ କରି ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ତେବେ ଏହି ଜବର ଦଖଲ ଯୋଗୁ ପ୍ରତିଦିନ ତିହିଡ଼ି ବଜାରରେ ଟ୍ରାଫିକ୍ ସମସ୍ୟା ଦେଖା ଦେଉଥିବା ବେଳେ ଡାକ୍ତରଖାନା ପରିବେଶ ମଧ୍ୟ ପ୍ରଭାବିତ ହେଉଥିଲା । ଅପର ପକ୍ଷରେ ଏହି ଜବରଦଖଲ ଯୋଗୁ ତିହିଡ଼ିରେ ପ୍ରତିଷ୍ଠା ହେବାକୁ ଥିବା ଶୌଚାଳୟ ଓ ସୌରଚାଳିତ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇ ପାରୁନଥିଲା । ତେବେ ଏହି ସବୁ ସମସ୍ୟା ଯୋଗ ଡାକ୍ତରଖାନା ସମ୍ମୁଖ ପାଚେରୀ କଡ଼କୁ ଜବରଦଖଲ ମୁକ୍ତ କରିବାକୁ ଦୀର୍ଘଦିନ ହେବ ସାଧାରଣରେ ଦାବି ହୋଇ ଆସୁଥିଲା । ଗତ ଗୁରୁବାର ଦିନ ତିହିଡ଼ି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବାମ ପାଶ୍ୱର୍କୁ ଅବରୋଧମୁକ୍ତ କରାଯାଇଥିଲା । ତେବେ ଏହି ଉଚ୍ଛେଦ ବେଳେ ପ୍ରଶାସନ ଦୋକାନୀ ମାନଙ୍କର ବିରୋଧର ସମ୍ମୁଖୀନ ହୋବାକୁ ପଡ଼ିଥିଲା । ମାତ୍ର ତହସିଲଦାର ଶ୍ରୀ ପଣ୍ଡା କୌଣସି ଚାପର ବଶବର୍ତ୍ତୀ ନହୋଇ ମେସିନ ଲଗାଇ ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଡାକ୍ତରଖାନାର ଦକ୍ଷିଣ ପାଶ୍ୱକୁ ଶନିବାର ଜବରଦଖଲ ଉଚ୍ଚେଦ କରାଯିବ ବୋଲି ଦୋକାନୀ ମାନଙ୍କୁ ସୂଚନା ଦେଇଥିଲେ । ତେବେ ଶନିବାର କୌଣସି ପ୍ରଶାସନିକ ଅଧିକାରୀ ଆସି ନଥିଲେ ବି ତହସିଲଦାରଙ୍କ ସୂଚନା ମୁତାବକ ଦକ୍ଷିଣ ପାଶ୍ୱର୍ରେ ଥିବା ଦୋକାନୀମାନେ ସ୍ୱେଚ୍ଛାକୃତ ଭାବେ ନିଜ ନିଜର ଦୋକାନ ଉଠାଇ ନେଇଥିବା ପରିଲକ୍ଷିତ ହୋଇଛି । ୧୧ ଗୋଟି ଦୋକାନ ଆଜି ଉଠଯାଇଥିବା ଜଣାଯାଇଛି । ଡାକ୍ତରଖାନା ଦକ୍ଷିଣ ପାଶ୍ୱର୍ ଅବରୋଧମୁକ୍ତ ହୋଇଯିବା ଫଳରେ ଗୋଟିଏ ଶୌଚାଳୟ, ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ହେବ ଏବଂ ଅନ୍ୟ ଅଧାରେ ଚାନ୍ଦବାଲି ଅଭିମୁଖେ ଯାଉଥିବା ବସ ଗୁଡ଼ିକ ପାର୍କିଂ କରିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଏଠାରେ ମଧ୍ୟ ‘ନୋ ଭେଡିଂ ଜୋନ’ ଲେଖା ଫଳକ ମରାଯାଇ କୌଣସି ଦୋକାନୀକୁ ଅସ୍ଥାୟୀ ଦୋକାନ କରିବାକୁ ଦିଆଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।