ଉତ୍କଳମଣି ସେବା ସଂଘ ପକ୍ଷରୁ ସାଂସ୍କୃତିକ ସମାରୋହ।

109

କଟକ(ଉତ୍କଳ ନିୟୁଜ)ତିହିଡ଼ି,୨୧ା୮ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉତ୍କଳମଣି ସେବା ସଂଘର ସାଂସ୍କୃତିକ ସମାରୋହ ତିହିଡ଼ି ସଂଗୀତ ମହାବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଅପରାହ୍ଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିହିଡ଼ି ସି.ଆର.ଏସ୍ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଜାରମଣ ଜେନାଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ତିହିଡ଼ି ଥାନା ଅଧିକାରୀ ତପନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରି ରଖିବାରେ ସଂଗଠନମାନେ ପ୍ରମୁଖ ଭୂମିକା ନେଇଥାନ୍ତି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଭଦ୍ରକ ମନମୋହନ ସଂଗୀତ ପରିଷଦର ଅଧ୍ୟକ୍ଷ ଡ. କେଶବ ଚନ୍ଦ୍ର ଜେନା ଯୋଗଦେଇ ସଂଗୀତ ମଣିଷ ଜୀବନର ପୁଲ ସୃଷ୍ଟି କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ତିହିଡ଼ି ଅଗ୍ନିସେବା ଶମ ଅଧିକାରୀ ଆଲୋକଦେବ ଗୋସ୍ୱାମୀ, କବି ବିପ୍ଳବ ରଂଜନ ପତି, କଣ୍ଠଶିଳ୍ପୀ ବଂକିମ ଚନ୍ଦ୍ର ନାୟକ, ବାଦ୍ୟକାର ପଞ୍ଚାନନ ଦତ୍ତ ଯୋଗ ଦେଇଥିଲେ । ଏହି ଅବସରରେ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ନୃତ୍ୟ, ବକ୍ତୃତା, ସଂଗୀତ ପ୍ରତିଯୋଗିତାରେ ୨୨ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ରଶ୍ମିତା ତ୍ରିପାଠୀ ଫାଉଣ୍ଡେସନ ପକ୍ଷରୁ ବକ୍ତୃତା ଓ ନୃତ୍ୟରେ କୃତି ପ୍ରତିଯୋଗୀଙ୍କୁ ଓ ବନମାଳି ଦତ୍ତ ସ୍ମୃତି ପରିଷଦ ପକ୍ଷରୁ ସଂଗୀତରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରା ଯାଇଥିଲା । ସଂଗଠନର ସଭାପତି ଖଗେଶ୍ୱର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ବିସ୍ମୟ ବିହାରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ରଶ୍ମୀତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ସେକ୍ ରବୁ ସଲିମ, ସଦସ୍ୟ ହରିହର କର, ସୁଧାଂଶୁ ନାୟକ, ତପନ ସାହୁ, ଆଦିତ୍ୟ ନାୟକ, ତପନ ହାତୀ, ନାରାୟଣ ଜେନା, ବାପୁନୁ ପତି, ଅଭିଲିପ୍‌ସା ପାଢ଼ୀ, ସତ୍ୟପ୍ରକାଶ ସାହୁ, ସୁମନ୍ତ କୁଣ୍ଡ, ସୁବାସ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡ଼ି ରୁ ସଂଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।