ବିଧାନସଭା ପାଇଁ ଜାରି ହେଲା ଗାଇଡ଼ ଲାଇନ |

96

କଟକ(ଉତ୍କଳ ନିଉଜ଼)୨୦.୦୮.୨୦୨୧-ଆସନ୍ତା ସେପ୍ଟେମ୍ବର ୧ରୁ ଓଡିଶା ବିଧାନସଭାର ଆଗାମୀ ମୌସୁମୀ କାଳୀନ ଅଧିବେଶନ ଅନୁଷ୍ଠିତ ହେବ |ଏହା ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ ମାନଙ୍କର କୋଭିଡ ଟେଷ୍ଟ କରାଯିବ |ମନ୍ତ୍ରୀ ଓ ବିଧାୟକଙ୍କ ସମେତ ସେମାନଙ୍କ ଡ୍ରାଇଭର ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କର ଆର୍ଟିପିସିଆର ଟେଷ୍ଟ କରାଯିବ |ଏହା ସହିତ ବିଧାନସଭାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମଧ୍ୟ ଆର୍ଟିପିସିଆର ଟେଷ୍ଟ କରାଯିବ |କୋଭିଡ ନେଗେଟିଭ ଥିବା ବିଧାୟକ ଓ ଅଧିକାରୀମାନଙ୍କୁ ହିଁ ବିଧାନସଭା ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |