ଆଜିଠାରୁ ଖୋଲିଲା ଲିଙ୍ଗରାଜ ମନ୍ଦିର |

110

କଟକ(ଉତ୍କଳ ନିଉଜ଼)୧୯.୦୮.୨୦୨୧-ଆସନ୍ତା ସେପ୍ଟେମ୍ବର ୧ ତାରିଖ ରୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲିବ | ଏ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ନିଆଯାଇଛି |ରାଜଧାନୀରେ ଅଗଷ୍ଟ ୨୩ ତାରିଖ ରୁ ମନ୍ଦିର ଖୋଲାହେବ ବୋଲି ବିଏମ୍ସି ପକ୍ଷରୁ ଅନୁମତି ଦିଆଯାଇଛି |ଏହା ସହିତ ମନ୍ଦିର ଗୁଡିକ ପାଇଁ ମାର୍ଗଦର୍ଶିକା ଜାରି କରିବା ସହିତ ଲିଙ୍ଗରାଜ ମନ୍ଦିର ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି |ତେବେ ସ୍ଥିତି କୁ ଦେଖି ୨୩ ତାରିଖ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ସମ୍ପର୍କରେ ଟ୍ରଷ୍ଟ ବୋର୍ଡ ନିଷ୍ପତି ନେବ ବୋଲି ପୂର୍ବରୁ ବିଏମ୍ସି କହିଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |