ସାମାନ୍ୟ କଳିରୁ ବୃଦ୍ଧାଙ୍କୁ ହତ୍ୟା, ଜଣେ ଗିରଫ୍‌

368

କଟକ(ଉତ୍କଳ ନିୟୁଜ)ତିହିଡି, ୧୮.୮: ସାମାନ୍ୟ କଳିରୁ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବୃଦ୍ଧାଙ୍କ ସମ୍ପର୍କୀୟ ପୁତୁରାଙ୍କ ଏତଲାକ୍ରମେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯିବା ସହିତ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ୍ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, କାଁପଡା ପଞ୍ଚାୟତ ଅଧିନ କାଁପଡା ଗାଁର ସ୍ୱର୍ଗତ ମଣି ଦାସଙ୍କ ସ୍ତ୍ରୀ ବୃଦ୍ଧା କଟି ଦାସ(୬୫) ଗାଁ ଛାଡି ଦିର୍ଘ ବର୍ଷ ଧରି ତିହିଡି ସଦର ବଜାରସ୍ଥିତ ହାଟପଟିରେ ରହି ଆସୁଛନ୍ତି । ଏକ ଝାଟିମାଟି ଘରେ ଜଣେ ସମ୍ପର୍କୀୟା ନାବାଳିକା ନାତୁଣୀ ସହିତ ରୁହନ୍ତି ଏବଂ କାମଧନ୍ଦା କରି ଚଳି ଆସନ୍ତି । ସେହି ହାଟପଟିରେ ବୃଦ୍ଧାଙ୍କୁ ଘର ନିକଟରେ ରହୁଥିବା ସୟା ପଞ୍ଚାୟତ ଅଧିନ ବାଲିଚତୁରୀ ଗାଁର ବାବାଜୀ ମଳିକଙ୍କ ପୁଅ କାଳନ୍ଦି ମଳିକ(୨୮) ବିଭିନ୍ନ ସମୟରେ ସାମାନ୍ୟ କଥାକୁ କେନ୍ଦ୍ରକରି ବୃଦ୍ଧାଙ୍କ ସହିତ କଳି ଝଗଡା କରନ୍ତି । ବୁଧବାର ସକାଳେ କୌଣସି କାରଣରୁ ବୃଦ୍ଧାଙ୍କ ସହିତ କଳି କରିଥିଲା କାଳିଆ । ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ପରେ ଅପରାହ୍ନ ପ୍ରାୟ ୪ ଘଟିକାରେ କାଳିଆ ପୂନଶ୍ଚ ଗାଳି ଗୁଲଜ କରି ମାଡ ମାରି ତଳେ ପକେଇ ଦେଇଥିଲେ । ଘଟଣା ସ୍ଥଳରୁ ଅଭିଯୁକ୍ତ ଖସି ପଳେଇ ଯାଇଥିଲା ଏବଂ ଏନେଇ ହାଟପଟିରେ ଡାକହୁଡି ପଡି ଯାଇଥିଲା । ଖବର ପାଇ ବୃଦ୍ଧାଙ୍କ ପୁତୁରା ସୟା ପଞ୍ଚାୟତ ଡିଆଁସାହିର ଉତ୍ତମ ମଳିକ ହାଟପଟିରେ ପହଁଞ୍ôଚ ମୂମୁର୍ଷ ଅବସ୍ତାରେ ବୃଦ୍ଧାଙ୍କୁ ଉଦ୍ଧାର କରି ତୁରନ୍ତ ତିହିଡି ମେଡିକାଲରେ ଭର୍ତ୍ତୀ କରିଥିଲେ । ମୃତ୍ୟୁ ପୂର୍ବରୁ କାଳିଆ ପିଟି ପିଟି ଦରମରା କରିଥିବା ବୃଦ୍ଧା ତାଙ୍କ ପୁତୁରାଙ୍କୁ ସୂଚନା ଦେଇଥିଲେ । ତେବେ ଚିକିତ୍ସାଧିନ ସମୟ ତଥା କିଛି ସମୟ ମଧ୍ୟରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଏନେଇ ଉତ୍ତମ ମଳିକ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାରେ କ୍ଷେତ୍ରୀୟ ତଦନ୍ତ କରିବା ସହିତ ମୁଖ୍ୟ ଅଭିଯୁକ୍ତ କାଳିଆ ମଳିକଙ୍କ ବିରୋଧରେ ଏକ ହତ୍ୟା ମାମଲା ୩୧୯/୨୧, ଦଫା ୩୦୨ ରୁଜୁ କରି ଗିରଫ୍ କରିଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ମେଡିକାଲରେ ଚାପା ଉତ୍ତେଜନା ଦେଖା ଦେଇଛି । ମୃତା ବୃଦ୍ଧାଙ୍କ ସମ୍ପର୍କୀୟ/ସମ୍ପର୍କୀୟା ମେଡିକାଲରେ ପହଞ୍ôଚ କ୍ଷୋଭ ପ୍ରକାଶ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଦାବି କରିଛନ୍ତି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ।