ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ |

138

କଟକ(ଉତ୍କଳ ନିଉଜ଼)୧୪.୦୮.୨୦୨୧-ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ |ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି |କଳା ରେ ପାସ ହାର ୯୮.୫୮ପ୍ରତିଶତ |ସେହିପରି ଧନ୍ଦାମୂଳକ ଶିକ୍ଷାର ପାସ ହାର ରହିଛି ୩୫.୩୯ ପ୍ରତିଶତ |ଯେଉଁମାନେ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ ରେ ପରୀକ୍ଷା ଦେଇପାରିବେ |ଏ ନେଇ ଆସନ୍ତା ୨୧ ତାରିଖ ସୁଦ୍ଧା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |