୩ୟ ଲହରରେ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ |

118

କଟକ(ଉତ୍କଳ ନିଉଜ଼)୧୩.୦୮.୨୦୨୧ -ଦେଶରେ କରୋନାର ସମ୍ଭାବ୍ୟ ୩ୟ ଲହର ପରିପ୍ରେକ୍ଷୀରେ ୦-୧୮ ଵର୍ଷ ଶିଶୁଙ୍କ ପାଇଁ ରହିଛି ଅଧିକ ବିପଦ |ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଆଗୁଆ ପ୍ରସ୍ତୁତ ରହିବ ପାଇଁ ନିର୍ଦେଶ ଦିଆଯାଇଛି |ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ୧୮ ଵର୍ଷ ବୟସ୍କଙ୍କ ଏ ପର୍ଯ୍ୟନ୍ତ ଟୀକାକରଣ ହୋଇନାହିଁ |ଏଭଳି ପରିସ୍ଥିତିରେ ଅଧିକ ସଂଖ୍ୟକ ଶିଶୁ କୋଭିଡ ସଂକ୍ରମଣର ଶିକାର ହେବେ ବୋଲି ପ୍ରକାଶ ପାଇଛି |ଏହି ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଚେତାଇ ଦେଇଛନ୍ତି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |