ଯୁବତୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବଢୁଛି ଅସନ୍ତୋଷ ।

105

କଟକ( ଉତ୍କଳ ନିଉଜ୍ ) ୧୧.୮.୨୧ , ଯୁବତୀଙ୍କୁ ଅଶୋଭନୀୟ ବ୍ୟବହାର ପାଇଁ ଥାନାରେ ଏତଲା ହୋଇଥିଲା । ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା ଏବଂ ମାତ୍ର ୩ ଦିନ ପରେ ବେଲରେ ଆସିଲେ। କିନ୍ତୁ ଅପବାଦ ସାହି ନପାରି ଯୁବତୀ ଆତ୍ମହତ୍ୟା କରିଥିବା ନେଇ ଥାନାରେ ପରିବାର ଲୋକଙ୍କ ଅଭିଯୋଗ ପରେ ବଢୁଛି ଅସନ୍ତୋଷ । ଭଦ୍ରକ ଜିଲା ପୁରୁଣାବଜାର ଥାନା ଅଧିନସ୍ଥ ମିର୍ଜାପୁରସ୍ଥିତ ନାଥ ସାହିରେ ଏପରି ଅଭାବନୀୟ ଘଟଣା ଘଟିଛି l ଲୋକ ଲଜ୍ୟା ସହି ନପାରି ଜନୈକ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି l ଅଭିଯୋଗ ଅନୁଯାୟୀ ଦୋକାନକୁ ଚକଲେଟ କିଣି ଯାଇଥିବା ବେଳେ ଉକ୍ତ ଯୁବତୀଙ୍କୁ ଜନୈକ ବ୍ୟକ୍ତି ଦୋକାନ ଭିତରକୁ ଟାଣି ନେଇ ଅଶୋଭନୀୟ ବ୍ଯବହାର କରିଥିଲା । ତେବେ ପରିବାର ଲୋକ ପୁରୁଣାବଜାର ଥାନାରେ ଲିଖିତ ଏତଲା ଦେବା ପରେ ସେକ ମୁସକିମ ନାମକ ବ୍ୟକ୍ତିଙ୍କୁ ଗିରଫ କରଯାଇଥିଲା । ତେବେ ଅଭିଯୁକ୍ତ ବେଲରେ ଆସିବା ପରେ ଥାନାରୁ କେସ ଉଠାଇବା ପାଇଁ ଯୁବତୀଙ୍କ ବାପାଙ୍କୁ ଅର୍ଥ ପ୍ରଲୋଭନ ଦିଆଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଆତ୍ମହତ୍ୟା ପରେ ଏହାକୁ ତୀବ୍ର ବିରୋଧ କରି ତୁରନ୍ତ ସେକ ମୁସକିମ ଏବଂ ଯେଉଁମାନେ ଧମକ ଦେଇଛନ୍ତି ତାଙ୍କୁ ଗିରଫ କରାଯାଉ ବୋଲି ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ପ୍ରମୁଖ ଦାବି କରିଛନ୍ତି । ମୃତା ଯୁବତୀଙ୍କୁ ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଜୋରଦାର କ୍ୟାମପେନ ଚାଲିଛି। ଏହା ସହ ଗତକାଲି ସଂଧ୍ୟାରେ ଭଦ୍ରକ ସହରରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମଧ୍ୟ କରାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଜ୍।