ବୈତରଣୀ ବଞ୍ଚାଓ ଅଭିଯାନରେ ସର୍ବଭାରତୀୟ ସାଧୁସନ୍ଥ ଚାନ୍ଦବାଲିରେ।

261

କଟକ(ଉତ୍କଳ ନିୟୁଜ୍)ତିହିଡି-ଗୋନାସିକାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିର କସ୍ତୁରୀକଣ ପର୍ଯ୍ୟନ୍ତ ୩୬୫ କିଲୋ ମିଟର ପରିବ୍ୟାପ୍ତ ମର୍ତ୍ତ୍ୟ ଗଙ୍ଗା ପୂଣ୍ୟତୋୟା ବୈତରଣୀ ଏବେ ମୃତ୍ୟୁମୁଖରେ। କଳ କାରଖାନା ଜଳ ଶୋଷଣ, ବିଷାକ୍ତ ବର୍ଯ୍ୟ ବସ୍ତୁରେ ସମ୍ପୂର୍ଣ୍ଣ ବଳୟରେ ଏବେ ବୈତରଣୀ ଏବଂ ସାଳନ୍ଦୀ ନଦୀ। ନଦୀରୁ ଦୈନିକ ହଜାର ହଜାର ଟ୍ରକ ଦୈଵଦତ୍ତ ଶଯ୍ୟା ସ୍ତର ବାଲିକୁ ବାଲି ମାଫିଆମାନେ ଉଠାଉଛନ୍ତି। ନଦୀର ଦୁଇପାର୍ଶ୍ୱ ବୃକ୍ଷଛେଦନ ଓ ସୁରକ୍ଷା ଅଭାବରୁ ପ୍ରତିବର୍ଷ ପଟୁମାଟିରେ ପୋତି ହୋଇପଡୁଥିବା ବୈତରଣୀ ନଦୀ ମୁହାଣ ଠାରୁ ୧୦୦ କିଲୋମିଟର ପର୍ୟନ୍ତ ଏବେ ଦିନକୁ ଦିନ ଅନାକଳନ ଭାବେ ପୋତି ହେବାରେ ଲାଗିଛି। ଚିଙ୍ଗୁଡ଼ି ମାଫିଆ ମାନଙ୍କ ଦ୍ୱାରା ମିଠାପାଣି ଉଠାଣ ଓ ବିଷାକ୍ତ ପାଣି ନଦୀକୁ ଛାଡିବା ଯୋଗୁଁ ନଦୀର ଜଳ ଆଶାତୀତ ଭାବେ ବିଷର ଆସ୍ତରଣରେ କବଳିତ ଯାହା ଏବେ ଦୁଇକୁଳ ବାସିନ୍ଦାଙ୍କ ଜୀବନ ଓ ଜୀବିକା ପାଇଁ ସତର୍କ ଘଣ୍ଟି। ଏହି ସମସ୍ୟାରୁ ସମୁଦାୟ ବୈତରଣୀ ଓ ସାଳନ୍ଦୀକୁ ବଞ୍ଚାଇବା ପାଇଁ "କନିକା ଚାନ୍ଦବାଲି ବୈତରଣୀ ମହୋତ୍ସବ" ଆୟୋଜନ କମିଟିର ଦୀର୍ଘଦିନର ଅନୁରୋଧ ରକ୍ଷାକରି ଅଖିଳ ଭାରତୀୟ ସନ୍ୟାସୀ ସମାଜର ଅଧ୍ୟକ୍ଷ ସ୍ୱାମୀ ରାମାନନ୍ଦ ମହାରାଜ୍, ରାଷ୍ଟ୍ରିୟ ହିନ୍ଦୁ ସମାଜ ସ୍ବାଭିମାନ ସଂଘର ସଂଯୋଜକ ଉଦୟାନନ୍ଦ ପର୍ବତଜୀ ମହାରାଜ୍ ଏବଂ ବରୁଣେଶ୍ୱର ନାମମନ୍ଦିରର ମଠାଧୀଶ ସ୍ବାମୀ ସଚ୍ଚିଦାନନ୍ଦ ମହାରାଜ୍ଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟର ୧୫ ଜଣ ବାର୍ଷିୟାନ ସାଧୁସନ୍ଥଙ୍କୁ ନେଇ ସ୍ୱତନ୍ତ୍ର ଭାବେ ୭ ଦିନରେ ବୈତରଣୀ ପାରିକ୍ରମାରେ ଗୋନାସିକାରୁ ସୁସଜ୍ଜିତ ରଥଯାତ୍ରାରେ ବାହାରି ବୈତରଣୀ କୁଳେକୁଳେ ଯାଜପୁର ଏବଂ ରାଜକନିକା ଦେଇ ଚାନ୍ଦବାଲିରେ ପହଞ୍ଚି କସ୍ତୁରୀକଣ -ନଳୀତା ପାଟିଆ ବୈତରଣୀ, ଖରସ୍ରୋତା ଏବଂ ବ୍ରାହ୍ମଣୀ ତ୍ରିବେଣୀ ସଂଗମରେ ଜଳାଭିଷେକ କରି ଶହ ଶହ ଭକ୍ତ ଜନତା ଓ ମାର୍ତ୍ତୃ ମଣ୍ଡଳୀ ମଧ୍ୟରେ ଏକ ଭାବଗମ୍ଭୀର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଆଗାମୀ ଦିନରେ ଏହାକୁ ଏକ ଆନ୍ଦୋଳନରେ ପରିଣତ କରାଯାଇ ବୈତରଣୀକୁ ପୁନଃ ସ୍ରୋତସ୍ୱନୀ କରାଯିବା ସହ ଏହାକୁ ପୁରାଣ ବର୍ଣ୍ଣିତ ତ୍ରିପୁର ଗଙ୍ଗାର ମାନ୍ୟତା ପ୍ରଦାନ କରାଯିବ ବୋଲି ଦୃଢୋକ୍ତି ପ୍ରଦାନ କରଛନ୍ତି। ଏହି ସାଧୁସନ୍ଥମାନଙ୍କୁ ରାଜକନିକା ଓ ଚାନ୍ଦବାଲି କାଳୀମନ୍ଦିର ଠାରେ ଭବ୍ୟ ସମ୍ବର୍ଦ୍ଧନା ଓ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ତ୍ରିବେଣୀ ସଂଗମ ପର୍ଯ୍ୟନ୍ତ ନିଆଯାଇଥିଲା। ସ୍ଥାନୀୟ ଅରଣ୍ୟ ନିବାସ ଠାରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଅତିଥି ସତ୍କାର କରା ଯାଇଥିଲା। ଏହି କାର୍ଯ୍ୟ କ୍ରମକୁ କମିଟିର ମୁଖ୍ୟ ବିଶ୍ୱକେଶରୀ ମହାନ୍ତି, ସମ୍ପାଦକ ରଜନୀ କାନ୍ତ ମହାନ୍ତି, ଉପଦେଷ୍ଟା ଆଦିତ୍ୟ କୁମାର ବିଶ୍ବାଳ, ସାହିତ୍ୟିକ ଶାନ୍ତନୁ ମହାନ୍ତି, ଶିକ୍ଷାବିତ ପ୍ରଫୁଲ୍ଲ ଦାସ, ସମାଜ ସେବୀ ସୌମ୍ୟକାନ୍ତ ନାୟକ, ଭାଲେନ୍ତିନା ମାଇତି, ମଙ୍ଗୁଳି ବେହେରା, ବିଜୟ ସ୍ୱାଇଁ, ନିର୍ମଳ ରାଉତ, ଅମୂଲ୍ୟ ବିଶ୍ୱାଳ, ଚନ୍ଦନ ରାଉତ, ସୁଶୀଲ ବାରିକ, ସନ୍ତୋଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଚାନ୍ଦବାଲିର ଆଧ୍ୟାତ୍ମିକ ଇତିହାସରେ ଏକ ସୁବର୍ଣ୍ଣ ପୃଷ୍ଠା ସୃଷ୍ଟି କରିଛି ବୋଲି ବୁଦ୍ଧିଜୀବିମାନେ ପ୍ରକାଶ କରିଛନ୍ତି। ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ୍।