୧୦୪ଟି ନୂଆ ଓଏଫଏସ ପଦବୀକୁ ମଞ୍ଜୁରୀ ,ଫାୟାର ସର୍ଭିସ ରେ ହୋମଗାର୍ଡଙ୍କ ପାଇଁ ୧୦% ସଂରକ୍ଷଣ

119

କଟକ(ଉତ୍କଳ ନିଉଜ଼)୧୦.୦୮.୨୦୨୧-ଓଡିଶା ପ୍ରଶାସନିକ ସେବା (ଓଏଏସ)ରେ ୨୨୦ ଟି ନୂଆ ପଦବୀ ସୃଷ୍ଟି ପରେ ଓଡିଶା ଅର୍ଥ ସେବା ( ଓଏଫଏସ)ରେ ଆଉ ୧୦୪ ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି |ଏବେ ଓଏଫଏସରେ ୯୧୨ ଟି ପଦବୀ ଥିବାବେଳେ ଏହା ୧୦୧୬ କୁ ବୃଦ୍ଧି ପାଇଛି |ସେହିପରି ଅଗ୍ନିଶମ ସେବା ରେ ସି ବର୍ଗରେ ସିଧାସଳଖ ନିଯୁକ୍ତି ସମୟରେ ପରୀକ୍ଷା ହେବାକୁ ଥିବା ମୋଟ ପଦବୀରେ ୧୦ ପ୍ରତିଶତ ପଦବୀ ଏଣିକି ଯୋଗ୍ୟ ହୋମଗାର୍ଡ ମାନଙ୍କ ପାଇଁ ଉଦିଷ୍ଟ ରହିବ | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |