ନିଶାଶକ୍ତ ଆମ୍ବୁଲାନ୍ସ ଚାଳକଙ୍କ ଉନ୍ମୁକ୍ତକାଣ୍ଡ! ମୁହାଁମୁହିଁ ଧକ୍କା ଦେଲା ଅଟୋକୁ, ଉଭୟ ଗାଡିର ୧୪ ଗୁରୁତର

1027

କଟକ(ଉତ୍କଳ ନିୟୁଜ୍)ତିହିଡି, ୦୮.୦୮: ଆମ୍ବୁଲାନ୍ସ ଭିତରେ ଜଣେ ଚାଳକ ଓ ତାଙ୍କର ସହଯୋଗି ଧଳା ଜହର ସେବନ କରୁଥିବାର ଭିଡିଓ ଓ ଅଡିଓ ରବିବାର ଦିନ ତମାମ ଭାଇରାଲ ହେଉଥିବା ବେଳେ ପୁଣି ଜଣେ ନିଶାଶକ୍ତ ଆମ୍ବୁଲାନ୍ସ ଚାଳକଙ୍କ ଉନ୍ମୁକ୍ତକାଣ୍ଡ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ବଡଗାଲୋ ଛକରେ । ସଂଧ୍ୟାରେ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଶବକୁ ସାହାପୁରକୁ ବୋହି ନେଇ ଯାଉଥିବା ବେଳେ ସାମନା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଛି । ଘଟଣା ସ୍ଥଳରେ ଉଭୟ ଗାଡିରେ ଥିବା ୧୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଆମ୍ବୁଲାନ୍ସ ଚାଳକ ଜଣକ ନିଶାଶକ୍ତ ଅବସ୍ତାରେ ଥାଇ ତିହିଡି ମେଡିକାଲରୁ କମ ଭଡାରେ ଶବ ନେବାକୁ କହିଥିଲା । ପ୍ରଥମେ ପରିବାର ଲୋକେ ମନା କରିଥିଲେ । ମାତ୍ର ଚାଳକ ଜଣକ ସେମାନଙ୍କ ପ୍ରବର୍ତ୍ତାଇ ଅତର୍କିତ ଭାବେ ଶବ ସହିତ ତାଙ୍କ ପରିବାର ଲୋକଙ୍କୁ ସାହାପୁର ଅଭିମୁଖେ ଯାଉଥିଲା । ତିହିଡି ବଜାର ମଧ୍ୟରେ ଦୃତ ଚାଳନା ନେଇ ଏହି ପରିବାର ଲୋକେ ବାରଣ କରିଥିଲେ । ଇତିମଧ୍ୟରେ ସ୍ଥାନୀୟ ବଡଗାଲୋ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ସାମନା ପଟରୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣଭାବେ ଉପର ମୁହାଁ ହୋଇ ପଡିଥିଲା । ସ୍ଥାନୀୟ ଲୋକେ ଦୌଡି ଯାଇ ସେଥିରେ ଥିବା ୫ ଜଣଙ୍କୁ ଉଦ୍ଧାର କରିଥିଲେ । ଇତିମଧ୍ୟରେ ଚାଳକ ଜଣକ କୌଶଳକ୍ରମେ ଗାଡିରୁ ଖସି ପଳେଇ ଯାଇଥିଲା । ଅନ୍ୟପଟେ ଅଟୋ ସମ୍ପୂର୍ଣ୍ଣଭାବେ ଚୂର୍‌ମାର୍ ହୋଇଯାଇଛି । ସେଥିରେ ଥିବା ୬ ମାସର ଶିଶୁ ସମେତ ମହିଳା, ଯୁବତୀ ଓ ପୁରୁଷ ମୋଟ୍ ୯ ଜଣ ଗୁରୁତର ହୋଇଥିଲେ । ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ôଚ ଗୁରୁତର ଅବସ୍ତାରେ ସମସ୍ତଙ୍କୁ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟରେ ଭର୍ତ୍ତୀ କରିଥିଲେ । ଯାତ୍ରୀବାହୀ ଅଟୋଟି ଚାନ୍ଦବାଲିରୁ ଧାମନଗର ବ୍ଲକ କୋଠାର ଅଭିମୁଖେ ଯାଉଥିବା ଜଣାଯାଇଛି । ଉଭୟ ଗାଡିର ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନେ ଚନନ୍ଦ ସାହୁ(୨୮), କଣ୍ଡେଇ ମହାଳିକ(୨୫), ପିଣ୍ଟୁ ଜେନା(୨୮), ପେଣ୍ଟାଲୀ ସୂତାର(୨୨), ପୁଅ ଜେନା(୧୨), ବାସନ୍ତୀ ପତି(୧୨), ମିନାରାଣୀ ନାୟକ(୪୫) ଓ ଯଶୋଦା ପତି(୪୦) ଆଦି ସୂଚନା ମିଳିଛି । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଘଟଣାର ମୁଖ୍ୟ କାର୍ପଟଦାର ଆମ୍ବୁଲାନ୍ସ ଚାଳକକୁ ପୋଲିସ ଖୋଜୁଥିବା ଜଣାଯାଇଛି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ୍।