ଏଆଇସିସିଟିୟୁର ‘ଭାରତ ବଞ୍ଚାଅ ଓ ରୋଜଗାର ବଞ୍ଚଅ’ ନାରା

168

କଟକ(ଉତ୍କଳ ନିୟୁଜ୍)ତିହିଡି, ୦୮.୦୮: କେନ୍ଦ୍ରରେ ମୋଦି ସରକାର ଶାସନଭାର ବହନ କରିବା ପରେ ଭାରତ ବର୍ଷରେ ବୃଦ୍ଧି ପାଉଥିବା ବେରୋଜଗାର ଓ ଶ୍ରମିକଙ୍କ ଛଟେଇ ଉପରେ ରୋକ ଲଗାଇବା, ବେକାରୀ ନିଯୁକ୍ତି ସହିତ କାମଧନ୍ଦା ଯୋଗାଇ ଦେବା, ମନରେଗା ସୁନିଶ୍ଚିତ କର୍ମ ନିଯୁକ୍ତି କରିବା ସହ ଏହାକୁ ସହରାଞ୍ଚଳରେ ଲାଗୁ କରିବାକୁ ଦାବି କରିଛି ଏଆଇସିସିଟିୟୁ । ଚଳିତ ମାସ ୧ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦଳ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ‘ଭାରତ ବଞ୍ଚାଅ ଓ ରୋଜଗାର ବଞ୍ଚଅ’ ଆରମ୍ଭ ହୋଇଥିବା ବେଳେ ଦଳ ପକ୍ଷରୁ ଉପରୋକ୍ତ ଦାବି ସହ ସମସ୍ତ ଅସଂଗଠିତ ଶ୍ରମିକଙ୍କୁ ଲକ୍‌ଡାଉନ୍ ସମୟରେ ୧୦ ହଜାର ଟଙ୍କା କରି ୬ ମାସର ବେତନ ପ୍ରଦାନ, ମୁକ୍ତ ରାସନ କାର୍ଡ଼ ସୁନିଶ୍ଚିତ କରିବା, ଏହି ସମୟରେ ସମସ୍ତ ଶ୍ରମିକଙ୍କୁ ପରିବହନ ଖର୍ଚ୍ଚ ୫ ହଜାର ଟଙ୍କା ପ୍ରଦାନ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି । ଏହାବ୍ୟତୀତ ସାମାଜିକ ସୁରକ୍ଷା ପ୍ରଦାନ ସହ ଦରମାର କୌଣସି ପ୍ରକାର କଟାକଟି ବନ୍ଦ କରିବା, ଚାରିଗୋଟି ଶ୍ରମ କୋଡ ଓ ୩ କଳା କୃଷି ଆଇନ ରଦ୍ଧ କରିବା, ସବୁ ଶ୍ରମିକଙ୍କୁ ଟୀକାକରଣ କରିବା, ରାଜଦ୍ରୋହୀ ଆଇନ୍ ୟୁପିପିଏ ସମେତ ସମସ୍ତ ଆଇନକୁ ରଦ୍ଧ କରିବା ଓ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବାକୁ ମଧ୍ୟ ଦଳ ପକ୍ଷରୁ ଦାବି ହୋଇଛି । କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ, ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କୁ ବୀମା ସବୁିଧା ସହ ୫୦ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ, ରାଷ୍ଟ୍ରାୟତ ସମ୍ପତ୍ତିକୁ ବିକ୍ରୀ କରିବା ଓ ଘରୋଇକଣରକୁ ବନ୍ଦ କରିବା, ପ୍ରତିରକ୍ଷା ବିଭାରଗରେ ଧର୍ମଘଟ ଲାଗି ଅଣାଯାଇଥିବା ଅଧ୍ୟାଦେଶକୁ ପ୍ରତ୍ୟାହାର, ଦରବୃଦ୍ଧି ଉପରେ ରୋକ ଲଗାଇବା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ରକ୍ଷା କରିବାକୁ ଶନିବାର ଭଦ୍ରକ ସହର ଜଗନ୍ନାଥପୁର ଠାରେ ଦଳ ପକ୍ଷରୁ ଅନୁଷ୍ଠିତ ବିକ୍ଷୋଭ ଓ ଶୋଭାଯାତ୍ରାରେ ଦଳୀୟ ନେତୃମଣ୍ଡଳୀଙ୍କ ପକ୍ଷରୁ ଦାବି କରାଯାଇଛି । ଆସନ୍ତା ୯ ତାରିଖ କ୍ରାନ୍ତୀ ଦିବସରେ ଏଆଇସିସିଟିୟୁ ପକ୍ଷରୁ ହେବାକୁ ଥିବା ଆନ୍ଦୋଳନାତ୍ମକ କାର୍ଯ୍ୟରେ ସମସ୍ତ ବର୍ଗର ଲୋକ ସାମିଲ ହେବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି । ଜିଲ୍ଲା ସଭାପତି ସମର ବଳ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଦେଶ ପାଇଁ ଅଭିଶାପ ସଦୃଶ ବୋଲି କହିଛନ୍ତି । କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪୦ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ସରକାର ମୃତ୍ୟୁ ସଂଖ୍ୟା ଲୁଚାଇ ଦିଆଯାଉଛି । ଅକ୍ସିଜେନ ପାଇଁ ବହୁ ଲୋକଙ୍କ ଜୀବନ ଯାଇଛି । ଏହା ମାନିବାକୁ ସରକାର ପ୍ରସ୍ତୁତ ନୁହେଁ । ୪ଟି ଶ୍ରମ କୋଡ ଶ୍ରମିକଙ୍କୁ ଗୋଲାମୀ ବ୍ୟବସ୍ଥା ମଧ୍ୟକୁ ଠେଲି ଦେଇଛି । କରୋନା ସମୟରେ କେନ୍ଦ୍ର ସରକାର କୃଷି ଆଇନ, ଶିକ୍ଷାନୀତି, ଖଣି ଆଇନକୁ ନିଜ ସ୍ୱାର୍ଥ ପାଇଁ ସଂଶୋଧନ କରିଛନ୍ତି । ଫଳରେ କରପୋରେଟ ସେକ୍ଟର ବହୁଳ ଭାବରେ ଉପକୃତ ହୋଇଛନ୍ତି । ସଂକ୍ରମଣ ବଢ଼ିବା ଆଶଙ୍କାରେ ଛୋଟ ଛୋଟ ଖୁଚୁରା ବେପାରକୁ ବନ୍ଦ କରି ଆମାଜନ, ଫ୍ଲିପକାର୍ଟ, ରିଲାଏନ୍ସକୁ ଅନ୍‌ଲାଇନ୍ ବେପାରର ସୁବିଧା ଯୋଗୁଁ ୮୨ ପ୍ରତିଶତ ବ୍ୟବସାୟୀ ୬.୨୫ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି । ଭାରତ ବର୍ଷର କୋଟି କୋଟି ଶ୍ରମିକ ଯେତେବେଳେ, ଜିବୀକା ହରାଉ ଥିବାବେଳେ ଏହି ସମୟ ମଧ୍ୟରେ କୋଟିପତିଙ୍କ ନିଜସ୍ୱ ସମ୍ପତ୍ତି ବହୁ ଗୁଣିତ ହୋଇଛି । ଲକ୍‌ଡାଉନ ଯୋଗୁଁ ଅନ୍‌ଲାଇନ୍ ଶିକ୍ଷାର ପ୍ରଚଳନ, କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ, ଅନ୍‌ଲାଇନ୍ ବେପାର, ଅନଲାଇନ ଆର୍ôଥକ ନେଣଦେଣ ସାଙ୍ଗକୁ ଅଟୋମେସନ, ରୋବଟର ପ୍ରଚଳନ ସାଜି ବ୍ୟବସ୍ତାକୁ ବିପର୍ଯ୍ୟସ୍ତ କରିବା ନିଶ୍ଚିତ । ଫଳରେ କ୍ଷୂଦ୍ର ବ୍ୟବସାୟୀ ଅଧିକ ଅସୁରକ୍ଷିତ ହେବ, କୃଷକ ଜମି ହୀନ ହେବ, ଗରିବ ଗରିବ ହେବ ଓ ଧନୀ ଆହୁରି ଧନୀ ହେବ । ତେଣୁ ଦେଶର ଗଣତନ୍ତ୍ର ଓ ସାମ୍ବିଧାନିକ ଅଧିକାର ବିରୋଧରେ ମୋଦି ସରକାର ଭୟଙ୍କର ସାବ୍ୟସ୍ତ ହେବାରେ ଲାଗିଛନ୍ତି । ଏହି ଅବସରରେ ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତିର ରାଜ୍ୟ ସହ ସଂପାଦିକା ଜୟନ୍ତୀ ବିଶ୍ୱାଳ, ସଂଘର ଜିଲ୍ଲା ସହ ସଂପାଦିକା ଗାୟତ୍ରୀ ବେହେରା, ରୁପା ପାତ୍ର, ଦୁର୍ଗାଚରଣ ରାଉତ୍‌, ଆରତୀ ଜେନା, କଳ୍ପନା ସ୍ୱାଇଁ, ଜଗନ୍ନାଥ ବେହେରା, ଆନନ୍ଦ ସ୍ୱାଇଁ, କୁନ୍ତଳା ପାତ୍ର, ପୁଷ୍ପାରାଣୀ ପରିଡ଼ା, ସୁଲୋଚନା ବେହେରା, ତପନ ପାତ୍ର, ପ୍ରମିଳା ରାଉତ୍‌, ପୂର୍ଣ୍ଣିମା ରାଉତ, ପ୍ରିତୀପ୍ରଭା ରାଉତ, ରୀନାରାଣୀ ରାଉତ, କିଶୋର ଜେନା, ପୂର୍ଣ୍ଣଚନ୍ଦ୍ର ଦାସ, ମୀନାରାଣୀ ସ୍ୱାଇଁ, ସୁମିତ୍ରା ପ୍ରଧାନ, ମୀନାରାଣୀ ରାଉତ, ହେମନ୍ତ ସ୍ୱାଇଁ, ସରସ୍ୱତୀ ମଲିକ, ଦଇତାରୀ ମଲିକଙ୍କ ସମେତ ବହୁ କମ୍ରେଡ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ୍।