ପୀରହାଟ ଥାନାର ନୂତନ ଆଇଆଇସିଙ୍କୁ ସମ୍ବର୍ଦ୍ଧନା

444

କଟକ(ଉତ୍କଳ ନିୟୁଜ୍)ତିହିଡ଼ି,୦୭.୦୮: ଭଦ୍ରକ ଜିଲ୍ଲା ପୀରହାଟ ଥାନାର ନୂତନ ଆଇଆଇସି ଗୟାଧର ବେହେରାଙ୍କ ଭାରତୀୟ ଜନତା ପାର୍ଟ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏନେଇ ଶନିବାର ପୂର୍ବାହ୍ନରେ ଭାଜପାର କର୍ମକର୍ତ୍ତା ଓ ସମାଜସେବୀ ଜୟରାମ ମୁଦୁଲୀ, ମୃତ୍ୟୁଞ୍ଜୟ ବଳ, ମହେନ୍ଦ୍ର ପାଢୀ, ସୁବାଶ ଚନ୍ଦ୍ର ମୁଦୁଲୀ, ମମତା ମୁଦୁଲୀ, ସସ୍ମିତା ସାହୁ, ସୁଶାନ୍ତ ମୁଦୁଲୀ, ଦିବାକର ପରିଡା, ବଂଶୀଧର ଯେନା ଓ ରାଜେନ୍ଦ୍ର ବେହେରା ପ୍ରମୁଖ ଶ୍ରୀ ବେହେରାଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ । ପୂର୍ବରୁ ପୀରହାଟ ଫାଣ୍ଡି ଭାବେ ରହିଥିଲବା ବେଳେ କିଛି ମାସ ହେଲା ଏହାର ନୂତନ ଥାନାର ମାନ୍ୟତା ପାଇଛି । ୧୩ଟି ପଞ୍ଚାୟତକୁ ନେଇ ଗଠିତ ଏହି ନୂତନ ଥାନାର ଆଇନ୍ ଶୃଙ୍ଖଳା ରକ୍ଷା କରିବା ସହିତ ଅରାଜକତା, ଗୁଣ୍ଡାରାଜ ବିରୋଧରେ ଆଇନ୍‌ଗତ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରିବା ସହିତ ସାଧାରଣ ଜନତାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କର ପୀରହାଟକୁ ଏକ ଆଦର୍ଶ ଥାନାରେ ପରିଣତ କରିବା ଲାଗି ନିବେଦନ କରିଥିଲେ । ପୂର୍ବରୁ ଶ୍ରୀ ବେହେରା ଏସଆଇ ଭାବେ ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । କିଛି ମାସ ତଳେ ତାଙ୍କର ପଦୋନ୍ୱତି ହୋଇଥିଲା ଏବଂ ଏଯାବତ ତିହିଡି ଥାନାରେ କାର୍ଯ୍ୟ କରି ଆସୁଥିଲେ । ଏହି ଅଞ୍ଚଳର ରାଜନୈତିକ ବାତାବରଣ ଠାରୁ ଆରମ୍ଭ କରି ଅପରାଧ ସମ୍ପର୍କରେ ଯଥୋଚିତ ଧାରଣା ରହିଛି । ନିଶ୍ଚୟଭାବେ ପୀରହାଟବାସୀଙ୍କୁ ନ୍ୟାୟ ପ୍ରଦାନ କରିପାରିବେ ବୋଲି ଆଶା କରାଯାଉଛି । ସିନ୍ଦୋଳ ପଞ୍ଚାୟତ ସରପଞ୍ଚ ବୈକୁଣ୍ଠନାଥ ପାଣି, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବିଜୟ କୁମାର ନାୟକ, ସମିତି ସଭ୍ୟଙ୍କ ପ୍ରତିନିଧି ଅନିରୁଦ୍ଧ ବାରିକ, ପ୍ରବୀର ନାୟକ, ପ୍ରଦୀପ ଦାସ ପ୍ରମୁଖ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ତାଙ୍କୁ ସହଯୋଗ କରିବା ବୋଲି କହିଥିଳେ । ସେହିପରି ବିଜେପି ନେତା ଶଶିକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ରାଜାରାମ ମହାକୁଡ, ମୁକ୍ତିକାନ୍ତ ନାୟକ, ମାନସ ରଞ୍ଜନ ନାୟକ, କମଳାକାନ୍ତ ନାୟକ, ସୁଶାନ୍ତ ନାୟକ, ବୁଦ୍ଧିରାମ ସେଠୀ, ରତିକାନ୍ତ ମହାକୁଡ, ସଞ୍ଜୟ ପାଢୀ, ପଦ୍ମନାଭ ଦାସ, ରମାକାନ୍ତ ଲେଙ୍କା, ଦେବେନ୍ଦ୍ର ଦାସ, ସମରେନ୍ଦ୍ର ବାରିକ ପ୍ରମୁଖ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଥାନାର ଅଞ୍ଚଳରେ ଭୌଗଳିକ ଦୃଷ୍ଟି କୋଣରୁ ମଧ୍ୟ ଦୂରତା ରହିଛି । ଚୋରା କୋଇଲା, ଚୋରା ମଦ କାରବାର ଉପରେ କଠୋର ପଦକ୍ଷେପ ନେବା ସହିତ ସାଧାରଣ ଅପରାଧ ଉପରେ ତୀକ୍ଷ୍ଣ ନଜର ଦିଆଯିବ ଏବଂ ସମସ୍ତଙ୍କ ସହଯୋଗ ରହିଲେ ଏହି ଥାନାକୁ ଏକ ସରଳ ସୁନ୍ଦର ଭାବେ ଗଠନ କରାଯାଇ ପାରିବ ବୋଲି ଶ୍ରୀ ବେହେରା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ୍।