ବିଜେଡି ଜିଲ୍ଲା ସମ୍ପାଦକଙ୍କୁ ଗୁଆମାଳରେ ସମ୍ବର୍ଦ୍ଧନା ।

201

କଟକ(ଉତ୍କଳ ନିୟୁଜ୍)ତିହିଡି, ୦୬.୦୮: ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ନୂତନ ଭାବେ ଗଠିତ ହୋଇଥିବା କମିଟି ମଧ୍ୟରେ ଗୁଆମାଳ ସରପଞ୍ଚ ପ୍ରଦୀପ କୁମାର ପଣ୍ଡାଙ୍କୁ ଜିଲ୍ଲା ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏନେଇ ଗୁଆମାଳ ପଞ୍ଚୟତେ ଖୁସିର ଲହରୀ ଖେଳି ଯାଇଛି । ଏହି ଅବସରରେ ଶୁକ୍ରବାର ଅପରାହ୍ନରେ ଗୁଆମାଳ ପଞ୍ଚାୟତ ଅଧିନ କଲ୍ୟାଣ ମଣ୍ଡପରେ ପଞ୍ଚାୟତବାସୀଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜଣେ ଦକ୍ଷ ସଂଗଠକ ତଥା ଯୁବ ସରପଞ୍ଚ ଭାବେ ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପ୍ରଣୟନ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି । ଗରିବା ଗୁରୁବାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ସରକାରଙ୍କ ବହୁମୁଖି ଯୋଜନା ଲୋକଙ୍କ ପାଖରେ ପହଁଞ୍ଚାଇ ପାରିଛନ୍ତି ଏବଂ ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକଙ୍କ ପାଖରେ ଛିଡା ହୋଇ ନିଜର ପରାକାଷ୍ଠା ବଜାୟ ରଖିଛନ୍ତି । ଜିଲ୍ଲା ବିଜୁ ଜନତା ଦଳର ନୂତନ ଭାବେ ଗଠିତ କମିଟିରେ ସ୍ଥାନିତ ହୋଇ ପାରିଛନ୍ତି ଯାହା ପଞ୍ଚାୟତବାସୀଙ୍କ ପାଇଁ ଗର୍ବ ଓ ଗୌରବର ବୋଲି ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମତ ପ୍ରକାଶ ପାଇଛି । ବିଜେଡିର ପଞ୍ଚାୟତ ସଭାପତି ସୁରେଶ କୁମାର ମହାନ୍ତିଙ୍କ ପୌରୋହିତ୍ୟ ଓ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକଙ୍କ ସଞ୍ଚାଳନରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ବ୍ଲକ ଉପାଧ୍ୟକ୍ଷ ମାନସ କୁମାର ପାଠୀ, ସମିତି ସଭ୍ୟା ଗୀତାଞ୍ଜଳୀ ଖୁଣ୍ଟିଆ, ପୂର୍ବତନ ସମିତି ସଭ୍ୟ ପର୍ଶୁରାମ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଶ୍ରୀଧର ରାୟ, ନିରଞ୍ଜନ ମିଶ୍ର, ଭକ୍ତହରି ଜେନା, ଅଜୟ ପ୍ରଧାନ, ଘନଶ୍ୟାମ ବେହେରା, ବସନ୍ତ ସାହୁ, ବିଭୁତି ଜେନା, ସୁବାଷ ସାହୁ, ଅଶ୍ୱନୀ ସଙ୍କେତ ପାଢୀ, ମହିଳା ମହାସଂଘର ସଭାନେତ୍ରୀ ସରସ୍ୱତୀ ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସବିତା ନାୟକ, ଋକ୍ମଣୀ ପାଣିଗ୍ରାହୀ, ସୂର୍ଯ୍ୟମଣୀ ସେଠୀ, ସଞ୍ଜୁଲତା ମଲ୍ଲିକ, ସୁନିତା ସାମଲ ପ୍ରମୁଖ ମହିଳା ଶ୍ରୀ ପଣ୍ଡାଙ୍କ ଉତ୍ତରୋତ୍ତୋର କାମନା କରିଥିଲେ । ପଞ୍ଚାୟତ ସ୍ତରରେ ତାଙ୍କ ସେବା କରିବାର ସୁଯୋଗ ଦେଇ ସରପଞ୍ଚ ଭାବେ ବିଜୟୀ କରିଥିବା ପଞ୍ଚାୟତବାସୀଙ୍କ ଶ୍ରୀ ପଣ୍ଡା କୃତଜ୍ଞତା ଜ୍ଞାପନ କରିବା ସହିତ ଜିଲ୍ଲା ସ୍ତରୀୟ ନେତା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ୱାର୍ଡ ସଭ୍ୟ/ସଭ୍ୟାଙ୍କ ସମେତ ସମସ୍ତ ୱାର୍ଡରୁ ବହୁ ପଞ୍ଚାୟତବାସୀ ଉପସ୍ଥିତ ଥିଲେ । ତିହିଡ଼ି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ୍।