ବରଷକ ପାଇଁ ବିଦାୟ ନେଲା ବାସନ୍ତୀ ଦୁର୍ଗା ପୂଜା |

23

କଟକ (ଉତ୍କଳ ନ୍ୟୁଜ ) ୧୯-୦୪-୨୦୨୪ : ବରଷକ ପାଇଁ ବିଦାୟ ନେଲା ବାସନ୍ତୀ ଦୁର୍ଗା ପୂଜା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇ ଯାଇଛି ବାସନ୍ତୀ ଦୁର୍ଗା ପୂଜା । ୪ ଦିନ ପର୍ଯ୍ୟନ୍ତ ପୂଜା ପାଇଁ ଉତ୍ସବ ମୁଖର ଗାଁଗଣ୍ଡା । ସପ୍ତମୀ ପୂଜା ପରେ ଅଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା’ । ଶୁକ୍ରବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ବରଷକର ଥରେ ଏହି ପର୍ବକୁ ସରସ ସୁନ୍ଦର କରିବା ଲାଗି ଅପେକ୍ଷା କରିଥାନ୍ତି ଅଞ୍ଚଳବାସୀ । ଦୋଳସାହି ପଞ୍ଚାୟତ କୁଣ୍ଡିପୋଲ ନିକଟସ୍ଥ ରାଢଙ୍ଗ ପଡିଆରେ ୧୯୫୯ ମସିହାରୁ ସାର୍ବଜନିନ ଭାବେ ପାଳିତ ହେଉଅଛି । ଅଷ୍ଟମୀରୁ ଦଶମୀ ପର୍ଯ୍ୟନ୍ତ ଦୈନିକ ହରିହାଟରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥାନ୍ତି । ଗୁରୁବାର ସଂଧ୍ୟାରେ ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଯାଇଛି । ଯାହାକୁ ଦର୍ଶନ କରିବା ଲାଗି ଗ୍ରାମବାସୀ ସମେତ ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ସୁଅ ଛୁଟିଥିଲା । କମିଟିର ସଭାପତି ଶରତ ସେନାପତି, ସମ୍ପାଦକ ମନୋଜ ପଲେଇ, ପିତାମ୍ବର ମୁଦୁଲୀ, ଶୁସାନ୍ତ ମିଶ୍ର, ନରେନ୍ଦ୍ର ସେନାପତି, ପ୍ରତାପ ଜେନା, ନନ୍ଦକିଶୋର ସାହୁ, ରମେଶ ସାହୁ, ଗଗନ ବିହାରୀ ଜେନା, ରଜନୀକାନ୍ତ ସେନାପତି, ନରେନ୍ଦ୍ର ପତି, ମହେଶ୍ୱର ମୁଦୁଲୀ, ଅଶୋକ ସେନାପତି, ଦେବେନ୍ଦ୍ର ଜେନା, ଲକ୍ଷ୍ମୀଧର ବେହେରା, ମନ୍ମଥ ଚରଣ ମୁଦୁଲୀ ଓ ବ୍ରଜେଶ ସେନାପତି ପ୍ରମୁଖ ପରିଚାଳନା କରିଥିଲେ । ତ୍ରେତୟା ଯୁଗରୁ ଏହି ପୂଜା ପରମ୍ପରା ଆରମ୍ଭ ହୋଇଥିଲା । କୁହାଯାଏ, ପାରିବାରିକ କାରଣରୁ ସମାଧି ବୈଶ୍ୟ ଓ ସୁରଥ ରାଜା ଘରଛାଡି ପଳେଇ ଯାଇଥିଲେ । ମାର୍କଣ୍ଡ ଋଷୀଙ୍କ ପରାମର୍ଶ କ୍ରମେ ଲଗାତର ୩ ବର୍ଷ ଧରି ଏହି ପୂଜା କରିବା ପରେ ପରିବାର ଲୋକଙ୍କୁ ଫେରି ପାଇଥିଲେ । ଯାହାର ସୁଫଳ ସ୍ୱରୁପ ଆଜି ପର୍ଯ୍ୟନ୍ତ ଏହି ପୂଜା ପାଳନ କରା ଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |