ଚୋର ଗିରଫ୍‌, ୩ ବାଇକ ଜବତ |

95

କଟକ (ଉତ୍କଳ ନ୍ୟୁଜ ) ୧୮-୦୪-୨୦୨୪ : ବାଇକ ଚୋରି ଅଭିଯୋଗରେ ସାବରଙ୍ଗ ଥାନା ଅଧୀନ ସାବରଙ୍ଗର ରମେଶ ସେଠୀକୁ ତିହିଡ଼ି ପୁଲିସ ଗିରଫ କରିଛି । ତାଙ୍କ ନିକଟରୁ ୩ ଗୋଟି ବାଇକ ଜବତ କରାଯାଇଛି । ସୂଚନା ଯୋଗ୍ୟ, କିଛି ମାସ ବ୍ୟବଧାନ ପରେ ତିହିଡ଼ି ଥାନା ଅଞ୍ଚରେ ବାଇକ୍ ଚୋରି ପୁନର୍ବାର ଆରମ୍ଭ ହୋଇ ବୃଦ୍ଧି ପାଇବାରେ ଲାଗିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତାଗ୍ରସ୍ତ ଥିଲେ । କିଛି ଦିନ ତଳେ ଏକ ଫାଇନାନ୍ସ କମ୍ପାନୀର ଜନୈକ କର୍ମଚାରୀଙ୍କର ଏକ ବାଇକ ମଧ୍ୟ ଚୋରି ହୋଇଥିଲା ଓ ସେ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |