ଚୋରା ମଦ ଜବତ, ୨ ମହିଳା ସମେତ ୪ ଗିରଫ୍‌ |

34

କଟକ (ଉତ୍କଳ ନ୍ୟୁଜ ) ୪-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ଅବକାରୀ ଥାନା ପକ୍ଷରୁ ପୀରହାଟ ଅଞ୍ଚଳରେ ଚଢ଼ଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ୩.୬ ଲିଟର ବିଦେଶୀ ମଦ, ୧୧.୮୫ ଲିଟର ବିଅର ଓ ୫.୪ ଲିଟର ଆସ୍କା ଫୋଟି ମଦ ଜବତ କରାଯାଇଥିବା ବେଳେ ସାହାପୁରର ରେବତୀ ମହାଳିକ, ଟୁଭିର ଦିବାକର ମହାନ୍ତି, ହରିପୁରର ବାସନ୍ତୀ ମହାନ୍ତି ଓ ବାହାବଳପୁରର ମାନସ ସାହୁଙ୍କୁ ଗିରଫ କରାଯାଇଛି । ସୂଚନା ଯୋଗ୍ୟ, ତିହିଡ଼ିର ବିଭିନ୍ନ ସ୍ଥାନରେ ଚୋରା ମଦ ବ୍ୟବସାୟ ଉଦବେଗ୍‌ଜନକ ଭାବେ ବୃଦ୍ଧି ପାଇଛି । ଆଗକୁ ନିର୍ବାଚନ ଥିବାରୁ ଚୋରା ମଦ ଉପରେ ରୋକ ଲଗାନଗଲେ ପରିସ୍ଥିତି ଅଣାୟତ ହେବା ସହ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |