କାର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ। ଉତ୍ୟକ୍ତ ଲୋକଙ୍କ ଭଦ୍ରକ- ଚାନ୍ଦବାଲି ରାଜ୍ଯ ରାଜପଥ ଅବରୋଧ।

159

କଟକ (ଉତ୍କଳ ନ୍ୟୁଜ ) ୧୧-୦୩-୨୦୨୪: କାର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ। ଉତ୍ୟକ୍ତ ଲୋକଙ୍କ ଭଦ୍ରକ- ଚାନ୍ଦବାଲି ରାଜ୍ଯ ରାଜପଥ ଅବରୋଧ। କଲେଜ ଯିବାବେଳେ ନନ୍ଦପୁର ବଜାରରେ ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର । ମୂମୁର୍ଷ ଅବସ୍ତାରେ ତିହିଡି ମେଡିକାଲ ନିଆ ଯାଉଥିବା ବେଳେ ବାଟରେ ମୃତ୍ଯୁବରଣ କରିଛି। ଉତ୍ୟକ୍ତ ଲୋକେ କାର ଭାଙ୍ଗିବା ସହ ଟାୟାର ଜାଳି ବଜାରର ଉଭୟ ପାର୍ଶ୍ବକୁ ଅବରୋଧ କରିଥିଲେ। ଭଦ୍ରକ-ଚାନ୍ଦବାଲି ରାଜ୍ଯ ରାଜପଥ ତିହିଡି ଥାନା ନନ୍ଦପୁର ଠାରେ ଦୁର୍ଘଟଣା ଘଟିଛି । ତାଳପଦା ମାଣିକଲାଲ କଲେଜ ଯୁକ୍ତଦୁଇରେ ପଢ଼ୁଥିବା ଛାତ୍ରୀ ପ୍ରଭାସିନୀ ନାୟକ। ଅଚକ ପଞ୍ଚାୟତ ଅଧିନ ଖପରାବାଙ୍କ ଗାଁର ରମାକାନ୍ତ ନାୟକଙ୍କ ଝିଅ। କଲେଜ ଯିବା ସମୟରେ ନନ୍ଦପୁର ଛକ ନିକଟରେ କାରଟି ସାମ୍ନାରୁ ଧକ୍କା ଦେଇଥିଲା । ତେବେ ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ କାରକୁ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ପ୍ରତିବାଦ କରିଥିଲେ। ମୃତାଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୁରଣ ଦାବି କରିଥିଲେ। ଘଟଣା ସ୍ଥଳରେ ତିହିଡି ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ପୋଲିସ ଫୋର୍ସ ପହଂଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ଡ୍ରାଇଭରକୁ ଥାନାରେ ଅଟକ ରଖିଛି। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଥିଲା। ମଧ୍ୟାହ୍ନରେ ତହସିଲଦାର ଓ ବିଡିଓ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହୟତା ମିଳିବାର ପ୍ରତିଶୃତି ପ୍ରଦାନ କରିବାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |