ନାବାଳିକା ଅସଦାଚରଣ ଅଭିଯୋଗରେ ବୃଦ୍ଧ ଗିରଫ୍‌ |

183

କଟକ (ଉତ୍କଳ ନ୍ୟୁଜ ) ୦୩-୩-୨୦୨୪ : ଲଜ୍ଜା ନୁହେଁ ମହାଲଜ୍ଜା । ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୩ ବର୍ଷିୟ ବୃଦ୍ଧ ଗିରଫ୍ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ମହରମପୁର ଗାଁରେ । ନାତୁଣୀ ବୟସର ନାବାଳିକାକୁ ଚକୋଲେଟ୍ ଦେଇ ସେହିଗାଁର କାଳନ୍ଦି ପଶୁପାଳକ ନାମକ ଜନୈକ ବୃଦ୍ଧ କାମାତୁର ଗାଁର ପମ୍ପ ହାଉସ ନିକଟରେ ଅସଦାଚରଣ ଉଦ୍ୟମ କରିଥିଲା । ଦୁଇ ମାସ ହେଲା ବୃଦ୍ଧ ଜଣକ ପୀଡିତା ନାବାଳିକାକୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଅସଦାଚରଣ ଉଦ୍ୟମ କରି ଆସୁଥିଲା । ନାବାଳିକା ଜଣକ ପରିବାର ଲୋକଙ୍କୁ କହିବା ପରେ ଘଟଣା ପଦାକୁ ଆସିଛି । ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିଲା । ବିଭିନ୍ନ ଦିଗ ଉପରେ ତୀକ୍ଷ୍ଣନଜର ଦେଇ ପୋଲିସ ଚଳାଇଥିଲା ତଦନ୍ତ । ଶେଷରେ ପ୍ରମାଣ ମିଳିବା ପରେ ବୃଦ୍ଧକୁ ଗିରଫ୍ କରିଛି । ନାବାଳିକାର ବାପାଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ୮୦/୨୪, ଦଫା ୩୭୬(୩), ୩୭୬(୨)(ଏନ), ୫୦୬ ଓ ୬ ପସ୍କୋ ଏକ୍ଟରେ ଶୁକ୍ରବାର ଅଭିଯୁକ୍ତ କାଳନ୍ଦିଙ୍କୁ କୋର୍ଟ ଚାଲାଣ କରା ଯାଇଛି । ଏହି ଘଟଣାଟି ସଂପ୍ରତି ଚର୍ଚ୍ଚାର ବିଷୟ ସାଜିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନ୍ୟୁଜ |